30.1 C
Bhubaneswar
Wednesday, April 24, 2024
Homeଓଡିଶାଓମ୍ରିକନ ତଣ୍ଟିରେ ରହୁଛି, ଛାତିକୁ ଯାଉନି

ଓମ୍ରିକନ ତଣ୍ଟିରେ ରହୁଛି, ଛାତିକୁ ଯାଉନି

ଭୁବନେଶ୍ୱର: କରୋନା ନେଇ ଛାତିରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ପଟ୍ଟନାୟକ ପରାମର୍ଶ ଦେଇ କହିଛନ୍ତି, ରାଜ୍ୟରେ ଏବେ ବି ଅନେକ ଲୋକ ଡେଲଟାରେ ଆକ୍ରାନ୍ତ ହେଉଛନ୍ତି । ଅକ୍ସିଜେନ ସ୍ତର ୯୩ ପ୍ରତିଶତ ତଳକୁ ଖସିଲେ ଆମେ ହସ୍ପିଟାଲରେ ଆଡମିଶନ କରୁଛୁ । ଓମ୍ରିକନ ତଣ୍ଟିରେ ରହୁଛି, ଛାତିକୁ ଯାଉନି । ତେଣୁ ରୋଗୀ ଗୁରୁତର ହେଉନି । ଲକ୍ଷଣ ଥିଲେ ବି ଯଦି ଅକ୍ସିଜେନ ସ୍ତର ଠିକ ଅଛି, ଘରେ ରହି ଚିକିତ୍ସା ଚାଲିପାରିବ । କୌଣସି ଟିକା ଏମିତି ନାହିଁ, ଯାହା ଶତପ୍ରତିଶତ ସୁରକ୍ଷା ଦେବ । ଯାହାର ବହୁବିଧ ରୋଗ ଥିବ, ସେମାନଙ୍କ ଇମ୍ୟୁନିଟି ବହୁତ କମ ଥାଏ । ସେହି ଲୋକମାନଙ୍କ କ୍ଷେତ୍ରରେ ଟିକା ନେଲେ ବି ସଂକ୍ରମଣ ସମ୍ଭାବନା ବେଶି ରହିବ । ତେଣୁ ଟିକା ନେଲା ପରେ ବି ମାସ୍କ, ସାନିଟାଇଜେସନ ନିହାତି ମାନିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking