30.1 C
Bhubaneswar
Saturday, April 27, 2024
Homeଅପରାଧବିବାହର ପ୍ରତିଶ୍ରୃତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଶିକ୍ଷକ ଗିରଫ

ବିବାହର ପ୍ରତିଶ୍ରୃତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଶିକ୍ଷକ ଗିରଫ

ନୂଆଦିଲ୍ଲୀ: ଖେଳ ସାରଙ୍କ ଖେଳ ଖତମ୍ । ବନ୍ଧା ହେବେ ପିଟି ମାଷ୍ଟ୍ର । ଏକେ ନୁହେଁ ଏକାଧିକ ଯୁବତୀଙ୍କୁ ବିବାହ କରିବା ପ୍ରତିଶ୍ରୃତି ଦେଇ ଠକିଛନ୍ତି । ଆଉ ପ୍ରେମରେ ଦେଇଛନ୍ତି ଧୋକା । ଏକାଧିକ ଯୁବତୀଙ୍କ ସହ ରଖିଥିବା ରାସଲିଳାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ, ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାଉନ୍ତପୁର ଗାଁର ସୌରଭ ପ୍ରଧାନ । ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ଜଣେ ଯୁବତୀ ଯୌନ ଶୋଷଣ ନେଇ ବଲାଙ୍ଗୀର ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ବିବାହର ପ୍ରତିଶ୍ରୃତି ଦେଇ ଶିକ୍ଷକ ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ପୀଡିତା ଜଣକ କହିଛନ୍ତି।

ସୂଚନା ଅନୁସାରେ, ଖେଳ ଶିକ୍ଷକ ସୌରଭ  ତାଲପାଲିପଡାରଡ ଜୌନିକ ଯୁବତୀ ଙ୍କ ସହ ଫେସବୁକରୁ ଚିହ୍ନା ପରିଚିତ ହୋଇଥିଲା। ପରେ, ସେମାନଙ୍କ ମଧ୍ୟରେ ବନ୍ଧୁତାରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଶିକ୍ଷକ ଜଣକ ଯୁବତୀ ଜଣକୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିଲେ।

ବିବାହର ପ୍ରତିଶ୍ରୃତି ଦେଇ ତାଙ୍କ ସହ ଦିର୍ଘ ବର୍ଷ ହେବ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ। କିନ୍ତୁ ଯେତେବେଳେ ଯୁବତୀ ଜଣକ ତାଙ୍କୁ ବିବାହ ପାଇଁ କହୁଥିଲେ। ସେତେବେଳେ ଶିକ୍ଷକ ଜଣକ ବିବାହ କଥା କହି ଦିନ ଗଡେଇ ଚାଲୁଥିଲେ। ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ସମୟରେ ତାଙ୍କର କିଛି ଫଟୋ ମଧ୍ୟ ଶିକ୍ଷକଙ୍କ ନିକଟରେ ଥିବା ଜଣାପଡିଛି । ଏନେଇ ନ୍ୟାୟ ପାଇବା ପାଇଁ ଯୁବତୀ ଜଣକ ଥାନାର ଦ୍ବାରସ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking