26.1 C
Bhubaneswar
Friday, May 10, 2024
Homeଦେଶ ବିଦେଶବହୁତ ଶୀଘ୍ର ଶେଷ ହେବାକୁ ଯାଉଛି ରୁଷ୍‌ର ଶସ୍ତା ତେଲ

ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି ରୁଷ୍‌ର ଶସ୍ତା ତେଲ

ନୂଆଦିଲ୍ଲୀ: ରୁଷ୍‌ରୁ ରିହାତି ଦରରେ ତେଲ କିଣିବାରେ ଅଭ୍ୟସ୍ତ ହୋଇପଡ଼ିଥିବା ଭାରତକୁ ଆଉ କିଛି ଦିନ ପରେ ଏହାର ବିକଳ୍ପ ଖୋଜିବାକୁ ପଡ଼ିବ। କାରଣ ରୁଷ୍‌ ତେଲ ଆଉ ପୂର୍ବ ଭଳି ଶସ୍ତାରେ ମିଳିବନି। ରୁଷ୍‌ରୁ ଶସ୍ତାରେ ଆସୁଥିବା ତେଲ ଯୁଗ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। ଏବେ ରୁଷ୍ ତେଲର ବ୍ୟାରେଲ ପିଛା ଦାମ୍ ୬୦ ଡଲାରରୁ ଅଧିକ ହୋଇଗଲାଣି।

ଏଭଳି ଚଢ଼ା ଦାମ୍‌ରେ ମଧ୍ୟ ଭାରତ ଏହାର‌ ତେଲ କିଣା ଜାରି ରଖିଛି। ତେବେ ପଟ୍ରୋଲିୟମ୍ ସଚିବ ପଙ୍କଜ ଜୈନ କହିଛନ୍ତି ଯେ ରିହାତିରେ ତେଲ ବିକ୍ରି କରୁଥିବା ଅନ୍ୟ ଦେଶ ସନ୍ଧାନ କରିବା ଲାଗି ଉଦ୍ୟମ ଆରମ୍ଭ କରାଯାଇଛି। କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି ଯେ ରୁଷ୍‌ ଭଳି ଅନ୍ୟ କୌଣସି ଦେଶ ଭାରତକୁ ଏତେ ଅଧିକ ରିହାତି ଦେଇପାରିବେନି।

ଶକ୍ତିଶାଳୀ ରାଷ୍ଟ୍ର ସମୂହ ଜି୭ ରୁଷ୍‌ ତେଲର ବ୍ୟାରେଲ ପିଛା ଦାମ୍ ୬୦ ଡଲାର ଧାର୍ଯ୍ୟ କରିଛି। ତା’ଠାରୁ କମ୍ ଦାମ୍‌ରେ ତେଲ ନକିଣିବାକୁ ‌ଏହା ବିଭିନ୍ନ ଦେଶକୁ ଆହ୍ବାନ ଦେଇଛି। ପେଟ୍ରୋଲିୟମ୍ ସଚିବ ଶ୍ରୀ ଜୈନ କହିଛନ୍ତି ଯେ ରୁଷ୍‌ରୁ‌ ‌ତେଲ କିଣିବା ଲାଗି ଭାରତକୁ କେହି ଅଟକାଇ ପାରିବେ ନାହିଁ। ତେଲ ମୂଲ୍ୟରେ ଜି୭ ଯେଉଁ କଟକଣା ଲଗାଇଛି ତାହା ଲାଗୁ ହେବ ନାହିଁ, କାରଣ ରୁଷ୍‌ରୁ ତେଲ କିଣିବାରେ ପାଶ୍ଚାତ୍ୟ ରାଷ୍ଟ୍ରର କୌଣସି ସୁବିଧାକୁ ଭାରତ ବ୍ୟବହାର କରୁନାହିଁ।

ପାଶ୍ଚାତ୍ୟ ଦେଶଗୁଡ଼ିକର ଚାପରେ ରୁଷ୍‌ରୁ ଭାରତ ତେଲ କିଣା କମାଇ ଦେବ ବୋଲି ‌ହେଉଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ତେବେ କିଛି ଭାରତୀୟ କଂପାନି ବ୍ୟାରେଲ ପିଛା ୬୦ ଡଲାରରୁ ଅଧିକ ଅର୍ଥରାଶି ଗଣୁଥିବା ସେ ସ୍ବୀକାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking