32.1 C
Bhubaneswar
Monday, May 20, 2024
Homeଅପରାଧନାବାଳିକା ସହ ହେଲା କିଛି ଏପରି ଜାଣିଲେ ହୋଇଯିବେ ଆଶର୍ଯ୍ୟ

ନାବାଳିକା ସହ ହେଲା କିଛି ଏପରି ଜାଣିଲେ ହୋଇଯିବେ ଆଶର୍ଯ୍ୟ

ନୂଆଦିଲ୍ଲୀ: ୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ।  ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ୍ । ଉତ୍ତରପ୍ରଦେଶ ବୁଲନ୍ଦସହରର ଜିଲ୍ଲା ଜାହାଙ୍ଗୀରବାଦ ଅଞ୍ଚଳରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା । ଅଭିଯୁକ୍ତ ଯୁବକ ମୃତ ଶିଶୁର ପଡୋଶୀ ହୋଇଥିବା ଜଣାପଡିଛି । ଘର ବାହାରେ ଖେଳୁଥିବା ସମୟରେ ଶିଶୁଟିକୁ ଅପହରଣ କରି ନେଇ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଜଣକ ୩୦ ବର୍ଷିୟ ଯୁବକ  ଫହିମ୍ ବୋଲି ଜଣାପଡିଛି ।

ସୂଚନା ଅନୁସାରେ,  ଜାହାଙ୍ଗୀରବାଦର ଏକ ଗାଁରେ ରୁହନ୍ତି ପୀଡିତାଙ୍କ ପରିବାର । ରବିବାର ଅପରାହ୍ନ ସମୟରେ ୪ ବର୍ଷର ଶିଶୁଟି ବାହାରେ ଖେଳୁଥିଲା।  କିନ୍ତୁ ହଠାତ୍ ନିଖୋଜ ହୋଇଯାଇଥିଲା । ପରେ ପରିବାର ଲୋକେ ଶିଶୁଟିକୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲେ। କିନ୍ତୁ  ଦିର୍ଘ ସମୟ ପରେ ଅଭିଯୁକ୍ତ ଫହିମ୍ ଘରେ ଶିଶୁ ଟିକୁ ଦେଖିବାକୁ ପାଇଥିଲେ, କିନ୍ତୁ ମୃତ ଅବସ୍ଥାରେ । ଏନେଇ ପରିବାର ଲୋକଙ୍କ ସହ ଗାଁ ଲୋକେ ଏକଜୁଟ୍ ହୋଇ ଅଭିଯୁକ୍ତକୁ ମାଡ ମାରିବା ପୋଲିସକୁ ଖବର ଦେଇଥିଲେ ।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ହେପାଜତକୁ ନେଇଥିଲେ। ଏ-ନେଇ ଜଣେ ପୋଲିସ୍ ଅଧିକାରୀ କହିଛନ୍ତି ଯେ,ଗତକାଲି ଅପରାହ୍ନରେ ଘର ବାହାରେ ଖେଳୁଥିବା ସମୟରେ ଫହିମ୍ ଶିଶୁଟିକୁ ଚକଲେଟ ଦେବା ବାହାନାରେ ପାଖକୁ ଡାକି ଘରକୁ ନେଇଥିଲ । ଘରେ ତା ସହ ଦୁଷ୍କର୍ମ କରିବା ସହ ପରେ ହତ୍ୟା କରିଦେଇଥିଲା । ଏବଂ ପୋଲିସ୍ ଭୟରେ ମୃତଦେହକୁ ବାହାରେ ନ ଫିଙ୍ଗି ଖଟ ତଳେ ରଖିଥିଲା। ସୁବିଧା ସୁଯୋଗ ଦେଖି ମୃତଦେହକୁ ଠିକଣା ସ୍ଥାନରେ ଫିଙ୍ଗି ଥାଆନ୍ତା ବୋଲି ପ୍ଲାନ୍ କରିଥିଲା ଅଭିଯୁକ୍ତ । କିନ୍ତୁ ତାହା ପୂର୍ବରୁ ସେ ଧରା ପଡିଗଲା ।  ପୋଲିସ୍ ଅଭିଯୁକ୍ତଗୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଫାସି ଦେବା ପାଇଁ ପୀଡିତାଙ୍କ ପରିବାର ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking