27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶସେପ୍ଟେମ୍ବରରୁ ସେରମ ଉତ୍ପାଦନ କରିବ ସ୍ଫୁଟନିକ-ଭି

ସେପ୍ଟେମ୍ବରରୁ ସେରମ ଉତ୍ପାଦନ କରିବ ସ୍ଫୁଟନିକ-ଭି

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବରରୁ ସେରମ ଉତ୍ପାଦନ କରିବ ସ୍ଫୁଟନିକ-ଭି । ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ଏହାର ଉତ୍ପାଦନ ଆରମ୍ଭ ହେବ ବୋଲି ଋଷିଆର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସୂଚନା ଦେଇଛି । ତେବେ ପ୍ରତି ବର୍ଷ ପ୍ରାୟ ୩୦୦ ମିଲିୟନରୁ ଅଧିକ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମଧ୍ୟ କୁହାଯାଇଛି । ଉତ୍ପାଦନ ପାଇଁ ଆବଶ୍ୟକ ସେଲ ଓ ଭେକ୍ଟର ନମୁନା ରୁଷର ଗାମେଲିୟା ସେଣ୍ଟର ଠାରୁ ହାସଲ କରି ସାରିଛି। ଏହାର ଆମଦାନୀ କରିବାକୁ ଡିସିଜିଆଇ ଅନୁମତି ମଧ୍ୟ ଦେଇ ସାରିଛି। ତେଣୁ ଉତ୍ପାଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ବୋଲି ଆରଡିଆଇଏଫ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking