ଢେଙ୍କାନାଳ : ଢେଙ୍କାନାଳ ଗଁଦିଆ ବ୍ଲକ୍ ଅଧିନରେ ଥିବା ନାଟିମା ବଣିକ ସଂଘର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି । ଉକ୍ତ କମିଟିର ସଭାପତି ରୁପେ ଲକ୍ଷ୍ମୀଧର ମହାନ୍ତି ମନୋନୀତ ହୋଇ ସଂଘର ଉନ୍ନତି ପାଇଁ ବିଭିନ୍ନ ସୁବିଧା ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକାରୀ ଉପସଭାପତି ନାରାୟଣ ବେହେରା, କାର୍ଯ୍ୟକାରୀ ସଭାପତି ଭାବେ ଦେବେନ୍ଦ୍ର ମହାନ୍ତିଙ୍କୁ ମନୋନୀତି କରାଯାଇଛି । କମିଟିର ସଂପାଦକ ରୁପେ ଶ୍ରୀବତ୍ସ ମହାନ୍ତି, କୋଷାଧକ୍ଷ୍ୟ ପ୍ରଫୁଲ୍ଲ ରାଉତ, ଉପଦେଷ୍ଟା ପଂଚାନନ ସ୍ୱାଇଁ, ପରିଚାଳନା କମିଟିର ସଭ୍ୟ ଭାବେ ଲମ୍ବୋଦର ପରିଡା, ଆନନ୍ଦ ମହାନ୍ତି, ଧର୍ମାନନ୍ଦ ରାଉତ, ଆଲୋକ ରାଉତ, ପ୍ରମୋଦ ରାଉତ, ଦିବାକର ସାହୁ, କାହ୍ନୁଚରଣ ରାଉତ, ବହ୍ଲବ ବେହେରା, ଗୋପବନ୍ଧୁ ମହାନ୍ତି, ବାଇନ ଦାସ, ପ୍ରଫୁଲ୍ଲ ପ୍ରଧାନ, ମନୋଜ ପାତ୍ର, ଗିରୀଶ ମହାନ୍ତି, ଦୀପକ ରାଉତ, କେଶବ ନାୟକ ଓ ପ୍ରକାଶ ରାଉତ ପ୍ରମୁଖ ମନୋନୀତ ହୋଇଛନ୍ତି ।