33.1 C
Bhubaneswar
Thursday, April 25, 2024
Homeଓଡିଶାହାତୀ ଉପଦ୍ରବ ନେଇ ଚିନ୍ତାରେ ଅଞ୍ଚଳବାସୀ

ହାତୀ ଉପଦ୍ରବ ନେଇ ଚିନ୍ତାରେ ଅଞ୍ଚଳବାସୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ତୁମୁସିଂହା ପଚାଂୟତରେ ଦିନକୁ ଦିନ ହାତୀ ମାନଙ୍କ ଉପଦ୍ରବ ବଢିବାରେ ଲାଗିଛି । ଦୁଇ ଦିନ ତଳେ ଗୋଟିଏ ଦନ୍ତା ହାତୀ ଆକ୍ରମଣରେ ଗୋଟିଏ ମଇଁଷିର ମୃତ୍ୟୁ ଘଟିଥିବା ବେଳେ ୬ ଟି ମଇଁଷ ଗୁରୁତର ହୋଇଛନ୍ତି । ମିଳିଥିବା ସୁଚନାରୁ, ତୁମୁସିଂହା ଗ୍ରାମର ସାନ୍ତରା ନାୟକ ଏବଂ କେଶବ ନାୟକ ଗୁଜାବାରି ଖେଳ ପଡିଆରେ ମଇଁଷି ଗୋଠ କରି ପ୍ରତିଦିନ ସେଠାରେ ମଇଁଷି ବାନ୍ଧିଥାନ୍ତି । ରାତିରେ ଗୋଟିଏ ଦନ୍ତା ହାତୀ ଆସି ବନ୍ଧା ହୋଇଥିବା ମଇଁଷପଲକୁ ଆକ୍ରମଣ କରିଥିଲା । ସେହି ଆକ୍ରମଣରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ୬ଟି ମଇଁଷି ଗୁରୁତର ହୋଇଛନ୍ତି । ତେବେ ଉକ୍ତ ଅଚଂଳରେ ଏଭଳି ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଚଂଳରେ ଚିନ୍ତା ବଢିଯାଇଛି । ହାତୀପଲଙ୍କୁ ଅନ୍ୟତ୍ର ଘଉଡାଇବା ସହ ସରକାର ଦେଉଥିବା କ୍ଷତିପୁରଣର ପରିମାଣ ବଢାଇବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking