32.1 C
Bhubaneswar
Saturday, May 18, 2024
Homeଓଡିଶାଗାଇଡ୍‌ଲାଇନ୍ ଅନିୟମିତତା ନେଇ ନର୍ସିଂହୋମ୍ ସିଲ୍‌

ଗାଇଡ୍‌ଲାଇନ୍ ଅନିୟମିତତା ନେଇ ନର୍ସିଂହୋମ୍ ସିଲ୍‌

ଢେଙ୍କାନାଳ : ସଦର ମହକୁମାର ଗୋପବନ୍ଧୁ ବଜାର ତଥା ହାଟରୋଡ୍‌ରେ ଥିବା ଜଗନ୍ନାଥ ନର୍ସିଂହୋମକୁ ଜିଲ୍ଲା ପ୍ରଶାସନ ତରଫରୁ ସିଲ୍ କରାଯାଇଛି । ନର୍ସିଂହୋମ୍ ଗାଇଡ୍ ଲାଇନ୍‌ରେ ବାରମ୍ବାର ଅନିୟମିତତା ହୋଇଥିବା ନେଇ ନୂଆଦିଲୀସ୍ଥିତ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଅଭିଯୋଗ ହୋଇଥିଲା । କମିଶନରଙ୍କ ନିର୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ତରଫରୁ ଏକ ତଦନ୍ତକାରୀ ଦଳ ସଂପୃକ୍ତ ନର୍ସିଂହୋମ୍‌କୁ ଯାଇ ଘଟଣାର ତଦନ୍ତ କରିଥିଲେ । ମାତ୍ର ଗତ କାଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ନିର୍ଦେଶକ୍ରମେ ଉକ୍ତ ନର୍ସିଂହୋମ୍‌କୁ ସିଲ୍ କରିଦିଆଯାଇଛି । ସୁଚନା ମୁତାବକ, ହାଟରୋଡ୍ ସ୍ଥିତ ଜଗନ୍ନାଥ ନର୍ସିଂହୋମ୍‌ରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏହାକୁ ନେଇ ମାନବାଧିକାର ମିଶନ ତରଫରୁ ଗତ ୨୦୨୦ ଏପ୍ରିଲ୍ ୧୮ ତାରିଖରେ ଏକ ମାମଲା ହୋଇଥିଲା ।

କମିଶନରଙ୍କ ନିର୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଦଳ ଉକ୍ତ ନର୍ସିଂହୋମ୍ ଯାଇ ତଦନ୍ତ କରିଥିଲେ । କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଂଟ ଆଇନ୍ ୨୦୧୦ ଅନୁଯାୟୀ, ସଂପୃକ୍ତ ନର୍ସିଂହୋମ୍‌ରେ ଆବଶ୍ୟକ ଡାକ୍ତର, କର୍ମଚାରୀ, ଶର୍ଯ୍ୟା ଓ ଆନୁସଙ୍ଗିକ ବ୍ୟବସ୍ଥା ନଥିଲା । ଏହା ସହ ନର୍ସିଂହୋମ୍ ଗାଇଡ୍ ଲାଇନ୍ ଅନୁପାଳନ କରୁନଥିବା ସଂପର୍କରେ ସଂପୃକ୍ତ ପ୍ରଶାସନିକ ଅଧିକାରୀ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଏହି ତଦନ୍ତ ରିପୋର୍ଟକୁ ଆଧାର କରି ମାଜିଷ୍ଟ୍ରେଟ୍ ସ୍ମୃତିରଞ୍ଜନ ମହାପାତ୍ର, ସଦର ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା ସହିତ ପୁଲିସ କର୍ମଚାରୀମାନେ ଉକ୍ତ ନର୍ସିଂହୋମ୍‌କୁ ଯାଇ ସିଲ୍ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking