26.1 C
Bhubaneswar
Wednesday, May 8, 2024
Homeଓଡିଶାଗଞ୍ଜେଇ ଜବତ; ଜଣେ ଗିରଫ

ଗଞ୍ଜେଇ ଜବତ; ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲା ଦେଇ ନିୟମିତ ଗଞ୍ଜେଇ ଚାଲାଣ ହେବା ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ କରାଯାଉଛି । ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ସମ୍ବଲପୁର ଅବକାରୀ ବିଭାଗର ଏକ ଦଳ ସଦର-୧ ଥାନାଧିକାରୀ ଦିଲ୍ଲୀପ କୁମାର ଶତପଥୀଙ୍କ ନେତୃତ୍ୱରେ ଧନୁପାଲି ଛକ ନିକଟରେ ଚେକିଂ କରୁଥିଲା । ଚେକିଂ ସମୟରେ ଖଣ୍ଡୁଆଳ ନିକଟରେ ରାସ୍ତା ଅବରୋଧ କରି ଚେକିଂ କରୁଥିବା ବେଳେ ଧମା ପଟରୁ ସମ୍ବଲପୁର ପଟକୁ ଆସୁଥିବା ଏକ ବାଇକ (ସିଜି-୧୩-ଏଜି-୫୦୫୯)କୁ ସନ୍ଦେହ ଆଧାରରେ ଅଟକାଇ ଯାଞ୍ଚ କରିଥିଲା । ଉକ୍ତ ବାଇକରେ ଏକ ବସ୍ତାରେ ୧୦ କିଗ୍ରା ୧୫୦ ଗ୍ରାମ ଗଞ୍ଜେଇ ଅବୈଧ୍ୟ ଭାବରେ ନେଇ ଯାଉଥିବା ସୁନ୍ଦରଗଡ ନିବାସୀ ସୁରେଶ ଓରାମ (୩୫)ଙ୍କୁ ଧରିଥିଲା । ଏଣୁ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଗଞ୍ଜେଇ ଓ ଗାଡିକୁ ଜବତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି । ଏହି ତଲାସି ଅଭିଯାନରେ ତପସ୍ୱିନୀ ବାଘ, ଦେବେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ଭୋଇ, ଅଜୟ ବେହେରା ଓ ସଞ୍ଜୟ ଦାସ ସାମିଲ ରହିଥିଲେ । ବିଗତ ଦିନରେ ୨୦ଟି ଏନଡିପିଏସ ମାମଲା ରୁଜୁ କରାଯାଇ ବିପୁଳ ମାତ୍ରାରେ ନିଶାଦ୍ରବ୍ୟ ଓ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking