31.1 C
Bhubaneswar
Monday, May 6, 2024
Homeଓଡିଶାସୁବର୍ଣ୍ଣପୁରରେ ବିଦ୍ୟାଳୟ ପରିସର ହେଲା ଭବ୍ୟ ଉଦ୍ୟାନ

ସୁବର୍ଣ୍ଣପୁରରେ ବିଦ୍ୟାଳୟ ପରିସର ହେଲା ଭବ୍ୟ ଉଦ୍ୟାନ

ସୁବର୍ଣ୍ଣପୁର : ବିଦ୍ୟାଳୟ ଭିତରେ ବଗିଚା । ତେବେ ଏହା ବଗିଚା ନା କୌଣସି ଦର୍ଶନୀୟ ଉଦ୍ୟାନ ଜାଣିହେଉନାହିଁ । ଏହିଠାରେ ରହିଛି ଔଷଧିୟ ବୃକ୍ଷ ସାଙ୍ଗକୁ ରଙ୍ଗ ବେରଙ୍ଗର ଫୁଲ ଗଛ । ପାଖରେ ବହିଯାଉଛି ସୁନ୍ଦର ଝରଣା । ଏହିଠାକୁ ନିଜେ ନଆସି ନଦେଖିଲେ ବିଶ୍ୱାସ ହେବ ନାହିଁ । ଏହିଭଳି ଏକ ବଗିଚା ତିଆରି ହୋଇଛି ସୁବର୍ଣ୍ଣପୁର ଡ଼ୁଙ୍ଗୁରୁପାଲୀ ବ୍ଲକ ସମଲେଇଚୁଆଁ ହାଇସ୍କୁଲଠାରେ । ଲକଡ଼ାଉନ ସମୟରେ ବିଦ୍ୟାଳୟର ଶିକ୍ଷକ ମାନେ ଏହି ବଗିଚାକୁ ଏକ ସୁସଜ୍ଜିତ ଉଦ୍ୟାନରେ ପରିଣତ କରିବାକୁ ଲାଗିପଡ଼ିଥିଲେ । ଏହି ଉଦ୍ୟାନରେ ୩୫ ପ୍ରକାର ଫୁଲ ଗଛ ସାଙ୍ଗକୁ ୪୦ରୁ ଉର୍ଦ୍ଧ ପ୍ରକାର ଔଷଧିୟ ବୃକ୍ଷ ଲଗାଯାଇଛି । ଏହି ଉଦ୍ୟାନରେ ଫଳ ଓ ପରିବା ମଧ୍ୟ ଚାଷ କରାଯାଉଛି । ଶିକ୍ଷକ ସୁରେଶ ପୂଜାରୀଙ୍କ କହିବା ଅନୂସାରେ ବିଦ୍ୟାଳୟ ଦିର୍ଘ ୯ ମାସରୁ ଉର୍ଦ୍ଧ ସମୟ ଧରି ବନ୍ଦ ଥିବାବେଳେ ଶିକ୍ଷକ ମାନେ ଅଫିସ କାର୍ଯ୍ୟ ପାଇଁ ବିିଦ୍ୟାଳୟକୁ ଆସୁଥିଲେ । ବିଦ୍ୟାଳୟର ପରିବେଶକୁ ଏକ ନିଆରା ପରିଚୟ ଦେବାପାଇଁ ଓ ଛାତ୍ରଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ପ୍ରୟାସ । ତେବେ ଅଭିଭାବକ ଓ ସେଠାକାର ଲୋକମାନେ ଶିକ୍ଷକଙ୍କ ଏହି ପ୍ରୟାସକୁ ପ୍ରୟାସକୁ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking