32.1 C
Bhubaneswar
Sunday, May 19, 2024
HomeUncategorizedଯୀଶୁୁଙ୍କୁ କାହିଁକି କଣ୍ଟାରେ ପିଟି ଫାସି ଦିଆଯାଇଥିଲ।

ଯୀଶୁୁଙ୍କୁ କାହିଁକି କଣ୍ଟାରେ ପିଟି ଫାସି ଦିଆଯାଇଥିଲ।

ନୂଆଦିଲ୍ଲୀ : ଡ଼ିସେମ୍ବର ୨୫ ତାରିଖ ଦିନ ପ୍ରଭୁ ଯୀଶୁ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ସମୟରେ ଚାରିଆଡ଼େ ଅନ୍ଧବିଶ୍ୱାସ ଓ ଆତଙ୍କର ଛାୟା ଥିଲା । ଶାସକ ମଧ୍ୟ ଅତ୍ୟାଚାର କରୁଥିଲେ । ଯୀଶୁ ଧିରେଧିରେ ବଡ଼ ହେବାକୁ ଲାଗିଲେ । ସେ ଦେଖିବାକୁ ପାଇଲେ ଚାରିଆଡ଼େ ପରସ୍ପର ମଧ୍ୟରେ ଝଗଡ଼ା ଓ ଅଶାନ୍ତି ଲାଗି ରହିଛି । ସବୁଆଡ଼େ ଅସହନଶୀଳତାର ବାତାବରଣ ରହିଛି । ଏହି ସମୟରେ ସେ ଲୋକ ମାନଙ୍କୁ ଭାଇଚାରାର ସନ୍ଦେଶ ଦେଇଥିଲେ ଓ ପ୍ରଚାର କରିଥିଲେ ଯେ ଇଶ୍ୱର ଏକ ଓ ଆମେ ସମସ୍ତେ ତାଙ୍କର ସନ୍ତାନ । ଯଦି ଆମେ ପରସ୍ପର ମିଳିମିଶି ଭଲପାଇବାର ସହିତ ରହିବା ତେବେ ପ୍ରଭୁ ଆମ ଉପରେ ପ୍ରସନ୍ନ ହେବେ । ଯୀଶୁଙ୍କ ଏହି ଉପଦେଶ ଲୋକଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲା ଲୋକେ ଯୀଶୁଙ୍କୁୁ ଇଶ୍ୱରଙ୍କ ଅବତାର ମାନିବାକୁ ଲାଗିଲେ । କିନ୍ତୁ ଯୀଶୁଙ୍କର ଏହି ଉପଦେଶ ସେହି ଧର୍ମର ଠିକାଦାର ମାନଙ୍କୁ  ଭଲ ଲାଗିଲା ନାହିଁ । ସେ ତାଙ୍କ ଉପରେ ଇର୍ଷା କରି ଶାସକଙ୍କୁ ଯୀଶୁଙ୍କ ବିରୁଦ୍ଧରେ କହିବାକୁ ଲାଗିଲେ । ଶାସକ ମଧ୍ୟ ଠିକାଦାର ମାନଙ୍କ  କଥାରେ ଆସି ଯୀଶୁଙ୍କୁ ଫାଶୀର ସଜ୍ଜା ଘୋଷଣା କଲେ । ତଥାପି ଯୀଶୁ ଫାଶୀରେ ଛିଡ଼ା ହୋଇ ଇଶ୍ୱରଙ୍କୁ ପାର୍ଥନା କରିଥିଲେ ଓ କହିଥିଲେକି ପ୍ରଭୁ ଏମାନେ ଅଜ୍ଞାନୀ । ତେଣୁ ଏମାନଙ୍କୁ କ୍ଷମା କର ଓ ସଦ୍‌ବୁଦ୍ଧି ଦିଅ । ଆଜି ଯୀଶୁ ନାହାନ୍ତି ସତ କିନ୍ତୁ ତା’ଙ୍କ ଉପଦେଶ ଓ ବାଣୀ ସମସ୍ତଙ୍କ ହୃଦୟରେ ଅମର ହୋଇ ରହିଛି । ଯୀଶୁ ସବୁବେଳେ ପରସ୍ପରକୁ ଭଲପାଇବା ଓ ମାନବ ସେବା କରିବା ପାଇଁ ଉପଦେଶ ଦେଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking