28.1 C
Bhubaneswar
Saturday, April 27, 2024
Homeଓଡିଶାସ୍ୱାଭିମାନ ଅଞ୍ଚଳରେ ଗଣଶିକ୍ଷା ମନ୍ତ୍ରୀ

ସ୍ୱାଭିମାନ ଅଞ୍ଚଳରେ ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି: ଦ୍ୱିତୀୟ ଥର ପାଇଁ ମାଓ ପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସ୍ୱାଧୀନତାର ଦୀର୍ଘ ଦଶନ୍ଧି ଧରି କୌଣସି ମନ୍ତ୍ରୀ ଏହି ଅଞ୍ଚଳକୁ ଯାଇନଥିବାବେଳେ ସମୀର ଦାସ ପ୍ରଥମ ଥର ପାଇଁ ଗସ୍ତ କରିଥିଲେ । ଶିକ୍ଷକ ମାନଙ୍କ ପାଇଁ ନିର୍ମିତ କ୍ଲଷ୍ଟର ଗୃହର ଶିଳାନ୍ୟାସ ପାଇଁ ଆଜି ପୁନର୍ବାର ଗସ୍ତ କରିଛନ୍ତି ମନ୍ତ୍ରୀ । ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ପାଇଁ ୮ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା କ୍ଲଷ୍ଟର ବିଲ୍ଡିଂର ଶିଳାନ୍ୟାସ ଓ ତିନୋଟି ମୋଟର ଆମ୍ବୁଲାନ୍ସର ଉଦଘାଟନ କରିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀଙ୍କ ସହିତ ଅତିରିକ୍ତ ଶାସନ ସଚିବ ସୁରେଶ ମହାପାତ୍ର ଓ ଡେଭଲପେଣ୍ଟ କମିଶନର ମଧ୍ୟ ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଦର ମହକୁମାରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି ।

ଗଣଶିକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସହିତ ପୋଲିସ ଫୋର୍ସ ମୁତୟନ କରାଯିବା ସହ ମାଓବାଦୀଙ୍କ କାର‌୍ୟ୍ୟକଳାପ ଉପରେ ତୀକ୍ଷଣ ନଜର ରଖାଯାଇଛି ।
https://onakhabar.com/2019/12/18/bdo-transper/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking