26.1 C
Bhubaneswar
Wednesday, May 8, 2024
Homeଅପରାଧନଦୀରୁ ନାବାଳିକାର ମୃତଦେହ ଉଦ୍ଧାର

ନଦୀରୁ ନାବାଳିକାର ମୃତଦେହ ଉଦ୍ଧାର

ରତ୍ନଗିରି : ଗତ ୧୫ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଖରସ୍ରୋତ ନଦୀରେ ବୁଡ଼ିଯାଇଥିବା ନାବାଳିକର ମୃତଦେହ ମଙ୍ଗଳବାର ଦୁଧେଇ ନଦୀର ଏରଡ଼ା ସେତୁ ନିକଟରୁ ଉଦ୍ଧାର କରାଯାଇଛି । ବିଞ୍ଝାରପୁର ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ।
ସୂଚନା ଅନୁଯାୟୀ, ସାନ ସୁଜନପୁର ଗ୍ରାମର କଲିମ ଉଦ୍ଦିନଙ୍କ ଦୁଇଝିଅ ଗତ ୧୫ ତାରିଖରେ ଖରସ୍ରୋତା ନଦୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ସାନ ଭଉଣୀ ସାହିସ୍ତା ବେଗମ (୧୪) ନଦୀ ଗର୍ଭକୁ ଖସିଯାଇଥିଲା । ବଡ଼ ଭଉଣୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ବଡ଼ ଭଉଣୀର ଚିତ୍କାର ଶୁଣି ଲୋକ ପହଞ୍ଚିଥିଲେ ମଧ୍ୟ ତାକୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରି ନଥିଲେ । ଫଳରେ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସାହିସ୍ତାର କୌଣସି ସନ୍ଧାନ ପାଇନଥିଲା । ଆଜି ସକାଳ ୬ଟା ବେଳେ ଖରସ୍ରୋତାର ଶାଖା ଦୁଧେଇ ନଦୀର ଏରଡ଼ା ସେତୁ ନିକଟରେ ଏକ ମୃତଦେହ ଲାଗିଥିବାର ଖବରପାଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ବିଞ୍ଝାରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking