37.1 C
Bhubaneswar
Thursday, March 28, 2024
Homeଓଡିଶାପିଡିଏସ୍ ଲାଇସେନ୍ସ ରଦ୍ଦ ନେଇ ହିତାଧିକାରୀ ଅସନ୍ତୋଷ

ପିଡିଏସ୍ ଲାଇସେନ୍ସ ରଦ୍ଦ ନେଇ ହିତାଧିକାରୀ ଅସନ୍ତୋଷ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା-୧ ଓ ରୋହିଆ ପଞ୍ଚାୟତ ଦ୍ୱୟରେ ପିଡିଏସ୍ ସାମଗ୍ରୀ ବଣ୍ଟନ କରି ଆସୁଥିବା ନାଉଗାଁ ବ୍ଲକର ବେଲବଣ ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀଙ୍କ ପିଡିଏସ୍ ବଣ୍ଟନ ଲାଇସେନ୍ସକୁ ବିନା କାରଣରେ ଉପ-ଜିଲ୍ଲାପାଳ ରଦ୍ଦ କରିବା ନେଇ ପଞ୍ଚାୟତ ଦ୍ୱୟରେ ଖାଉଟି ଅସନ୍ତୋଷ ଦେଖାଦେଇଛି । ଏପରିକି ନାଉଗାଁର ସମ୍ପୃକ୍ତ ଦୁଇ ପଞ୍ଚାୟତର ୧୨ଶହରୁ ଉର୍ଦ୍ଧ୍ୱ ଖାଉଟି ଗତ ୧୧ତାରିଖରେ ଜିଲ୍ଲାପାଳ ସଂଗ୍ରାମ କେଶରୀଙ୍କ ନିକଟରେ ସମ୍ପୃକ୍ତ ବେଲବଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁନର୍ବାର ପିଡିଏସ୍ ସାମଗ୍ରୀ ବଣ୍ଟନ ଲାଇସେନ୍ସ ପ୍ରଦାନ ନିମନ୍ତେ ଦାବି ଜଣାଇ ଥିଲେ । ତେବେ ବିଚାରରେ ବିଳମ୍ବ ନେଇ ପୁନର୍ବାର ୧୬ତାରିଖରେ ଉଭୟ ପଞ୍ଚାୟତର ଶହଶହ ଖାଉଟି ହିତାଧିକାରୀ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ବେଲବଣ ଏସଏଚଜି ମହିଳା ସଂଗଠନକୁ ଖାଉଟି ସାମଗ୍ରୀ( ଚାଉଳ, ଗହମ, କିରୋସିନି ଇତ୍ୟାଦି) ବଣ୍ଟନ ପାଇଁ ଅନୁମତି ପ୍ରଦାନ ଲାଗି ଦାବି ଜଣାଇଛନ୍ତି । ଅପର ପକ୍ଷରେ ବର୍ଷ ବର୍ଷ ଧରି ବେଲବଣ ଏସଏଚଜି ଖାଉଟି ସାମଗ୍ରୀକୁ ସ୍ୱଚ୍ଛତାର ସହିତ ସୂଚାରୁ ରୂପେ ବଣ୍ଟନ କରି ଆସୁଥିଲେ ମଧ୍ୟ କେଉଁ କାରଣରୁ ବେଲବଣ ଏସଏଚଜିଙ୍କ ପିଡିଏସ୍ ସାମଗ୍ରୀ ବଣ୍ଟନ ଲାଇସେନ୍ସ ପ୍ରଶାସନ ପକ୍ଷରୁ ରଦ୍ଦ କରାଯାଇଛି ତାହା ଅସ୍ପଷ୍ଟ ନେଇ ପଞ୍ଚାୟତରେ ଖାଉଟି ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଖାଉଟି ବଣ୍ଟନ ଦାୟିତ୍ୱ ପୁନର୍ବାର ବେଲବଣ ଏସଏଚଜିକୁ ପ୍ରଦାନ କରା ନଗଲେ ଶହଶହ ଖାଉଟି ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଖାଉଟି ସନ୍ତୋଷ କୁମାର ମହାନ୍ତି, ରଶ୍ମିତା ମହାନ୍ତି, ଚାରୁଲତା ମହାନ୍ତି, କୃତିବାସ ବାରିକ, ରାଜେଶ ବାରିକ, ନନ୍ଦ କିଶୋର ମହାନ୍ତି, ମମତା ଦାସ, ବାଇଧର ଭୋଳ, ଚାରୁ ବାଳା ମହାନ୍ତି, ମାନସ ସେଠୀ, କାଞ୍ଚନ ଜେନା, ମୂରଲୀ ଜେନା, ଆଦର୍ଶ ମହାନ୍ତି, ବନଲତା ମହାନ୍ତି, ଆୟୁସ୍ମତି ଲେଙ୍କା, କାଳନ୍ଦୀ ଦାସ, ବିଶ୍ୱ ରଞ୍ଜନ ମହାନ୍ତି, ସ୍ମୃତି ରଞ୍ଜନ ପରିଡା, ବେଣୁଧର ରାଉତ, ରବିନ୍ଦ୍ର ମହାନ୍ତି, ଜନ୍ମେଜୟ ମହାନ୍ତି, ସମ୍ପଦ ମହାନ୍ତି, ଅଲେଖ ମହାନ୍ତି, ବାବୁଲି ଦାସ, ମମତା ଦାସ, ବସନ୍ତ କୁମାର ପଣ୍ଡାଙ୍କ ସହିତ ଶହଶହ ହିତାଧିକାରୀ ଚେତାବନୀ ଦେଇଛନ୍ତି । ଏଥି ସହିତ ସମ୍ପୃକ୍ତ ଏସ୍‌ଏଚ୍‌ଜି ବହୁ ହିତାଧିକାରୀଙ୍କ ଅନୁପସ୍ଥିତିରେ ଖାଉଟିର ପରିବାର ସଦସ୍ୟଙ୍କୁ ଖାଉଟି ସାମଗ୍ରୀ ଦେଇ ଆସୁଥିଲେ ମଧ୍ୟ କୌଣସି ଖାଉଟିଙ୍କ ପ୍ରତିବାଦ ନଥିଲା । କୌଣସି ଏକ ଖାଉଟି ଅନ୍ୟ କୌଣସି କାରଣରୁ ସମ୍ପୃକ୍ତ ଏସଏଚଜି ସଦସ୍ୟାଙ୍କ ପ୍ରତି ପୂର୍ବ ରାଗ ସୁଝାଇବା ପାଇଁ ଯାଇ ମିଥା ଅଭିଯୋଗ କରିବା କିମ୍ବା ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପ୍ରଶାସନ ଭୁଲ ପଦକ୍ଷେପ ନେଇଥାଇପାରନ୍ତି ବୋଲି ଖାଉଟିମାନେ ସନ୍ଦେହ ପ୍ରକାଶ କରିଛନ୍ତି ।
ପୂର୍ବରୁ ଅଲଣା ପଞ୍ଚାୟତର ନିର୍ବାହୀ ଅଧିକାରୀ ବହୁ ମୃତ ବ୍ୟକ୍ତିଙ୍କ ନାମରେ ଜାଲିଆତି କରି ଖାଉଟି ସାମଗ୍ରୀ ହେରଫେର କରିବା ଅଭିଯୋଗ ହେବା ଓ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା କରିବା ଅଭିଯୋଗରେ ନାଉଗାଁ ବେଲବଣ ଏସଏଚଜିଙ୍କୁ ବଣ୍ଟନ ଦାୟିତ୍ୱ ପ୍ରଦାନ କରାଯାଇ ଥିଲା । ଏହି ଦାୟିତ୍ୱ ସମ୍ପୃକ୍ତ ମହିଳା ସଂଗଠନ ସୂଚାରୁ ରୂପେ ତୁଲାଇବା ଏପରିକି ଜାନୁୟାୟୀ ୨୦୨୦ ମାସ ଯାଏ ସମସ୍ତ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇ ଥିଲେ ମଧ୍ୟ କାହାର ଅଭିଯୋଗ ନଥାଇ ହଠାତ୍ ପ୍ରଶାସନର ଏହି ପଦକ୍ଷେପ ହିତାଧିକାରୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି । ତେଣୁ ପୁନର୍ବାର ଏସଏଚଜିଙ୍କୁ ଲାଇସେନ୍ସ ପ୍ରଦାନ ପାଇଁ ଅଲଣା ଓ ରୋହିଆ ପଞ୍ଚାୟତର ହିତାଧିକାରୀ ମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking