29.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା କାଳରେ ଏସସିବିରେ ବିରଳ ଅସ୍ତ୍ରୋପଚାର, ୫ ଘଣ୍ଟା ପରିଶ୍ରମ ପରେ ଯୋଡ଼ା ଗଲା କଟା...

କରୋନା କାଳରେ ଏସସିବିରେ ବିରଳ ଅସ୍ତ୍ରୋପଚାର, ୫ ଘଣ୍ଟା ପରିଶ୍ରମ ପରେ ଯୋଡ଼ା ଗଲା କଟା ଗୁପ୍ତାଙ୍ଗ

କଟକ : କରୋନା ସଂକ୍ରମଣ ସମୟରେ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)ରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ଦୁଇ ଖଣ୍ଡ ହୋଇଥିବା ଗୁପ୍ତାଙ୍ଗକୁ ଅସ୍ତ୍ରୋପଚାର କରି ସଫଳ ଭାବେ ଯୋଡି ପାରିଛନ୍ତି । ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବ୍ୟକ୍ତି ଜଣଙ୍କର ଗୁପ୍ତାଙ୍ଗ ଯୋଡିବାରେ ଡାକ୍ତରମାନେ ସଫଳ ହୋଇଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ପ୍ରଥମ ଥର ଲାଗି ଏସସିବିରେ ଏଭଳି ଏକ ଅସ୍ତ୍ରୋପଚାର କରାଯାଇଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଶ୍ରୀ ନାୟକ କହିଛନ୍ତି । ତେବେ ଅସ୍ତ୍ରୋପଚାର ପରେ ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି ।

ସୂଚନା ଅନୁଯାୟୀ, ଜାନୁୟାରୀ ୨୦ ତାରିଖ ରାତି ପ୍ରାୟ ସାଢେ ୧୨ଟା ସମୟରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ନିଜ ଗୁପ୍ତାଙ୍ଗକୁ ଧାରୁଆ ଛୁରିରେ କାଟି ଦେଇଥିଲେ । ଘଟଣାର ଦୁଇ ଦିନ ପୂର୍ବରୁ ଉକ୍ତ ଯୁବକଙ୍କର ବିବାହ ହୋଇଥିଲା । ତେବେ ଜାନୁଆରୀ ୨୧ ତାରିଖ ସକାଳ ୯ଟାରେ ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଆଣିବା ସହ କଟା ଗୁପ୍ତାଙ୍ଗକୁ ମଧ୍ୟ ଏକ ପଲିଥିନରେ  ଧରି ତାଙ୍କ ପରିବାର ଲୋକେ ଏସସିବିର ଆଶୁ ଚିକିତ୍ସା କେନ୍ଦ୍ରରେ ପହଞ୍ôଚଥିଲେ । ଆଶୁ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତୁରନ୍ତ ଅସ୍ତ୍ରୋପଚାର କରାଯିବ ଲାଗି  ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରୀ ଦଳ ଦୀର୍ଘ ୫ ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ ।

ଚିକିତ୍ସାଧିନ ଭାବେ କିଛି ଦିନ ରହିବା ପରେ ଏବେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗ ସ୍ୱାଭାବିକ ହେବା ସହ ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ନାୟକ କହିଛନ୍ତି । ଅସ୍ତ୍ରୋପଚାରରେ ଡା. ପ୍ରଶାନ୍ତ ବଳ, ଡା. ରଶ୍ମୀରଞ୍ଜନ ମହାନ୍ତି, ଡା. ମହେଶ କୁମାର ମଣ୍ଡଳ, ଡା. ବିଷ୍ଣୁପଦ ନାୟକ, ଡା. ଆଶିଷ ପଟ୍ଟନାୟକ, ଡା. ଅସଫାକ ଅହମ୍ମଦ, ଡା. ତନ୍ମୟ ମହାପାତ୍ର, ଡା. ଇଶାନ ଅଗ୍ନିହୋତ୍ରି, ନିଶ୍ଚେତକ ବିଭାଗର ସହକାରୀ ପ୍ରଫେସର ଡ. ସିଦ୍ଧାର୍ଥ ରାଉତରାୟ ସହଯୋଗ କରିଥିଲେ । ଉକ୍ତ ଡାକ୍ତରୀ ଦଳ ଯୁବକଙ୍କର ଦୁଇ ଥର ଅସ୍ତ୍ରୋପଚାର କରିଥିଲେ । ପ୍ରଥମ ଅସ୍ତ୍ରୋପଚାର ସମୟରେ ବିଭାଗୀୟ ମୁଖ୍ୟ ପ୍ରଫେସର ନାୟକଙ୍କ ସହ ପ୍ରଫେସର ଡା. ଅନ୍ନଦା ପଟ୍ଟନାୟକ, ଡା. ରୋଜାଲିନ ମିଶ୍ର, ଡା. ପ୍ରଶାନ୍ତ ବଳ, ଡା. ରଶ୍ମିରଞ୍ଜନ ମହାନ୍ତି, ଡା. ମହେଶ ମଣ୍ଡଳ, ଡା. ତନ୍ମୟ ମହାପାତ୍ର ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking