31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସା ନେଇ କେନ୍ଦ୍ର, ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ...

ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସା ନେଇ କେନ୍ଦ୍ର, ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହୋଇଥିବା ହିଂସାର ଏସଆଇଟି ଯାଂଚ ମାଗିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ପଶ୍ଚିମବଙ୍ଗ ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି । ରଂଜନା ଅଗ୍ନିହୋତ୍ରୀ ଓ ଅନ୍ୟ ଜଣେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ୨ ମେ ରୁ ଆରମ୍ଭ ହୋଇଥିବା ରାଜନୈତିକ ହିଂସାରେ ଏସଆଇଟିର ଯାଂଚ ପାଇଁ ଦାବି କରିଥିଲେ । ଆବେଦନରେ ସମସ୍ତ ପୀଡିତମାନଙ୍କୁ କ୍ଷତିପୂରଣ ଦେବା ପାଇଁ ବି ଦାବି ହୋଇଛି । ଆବେଦନରେ କୁହାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ସେହି ଲୋକଙ୍କୁ ପୁନର୍ବାସ କରାଇବା ପାଇଁ ଆଦେଶ ଦିଆଯାଉ, ଯିଏ ନିଜ ଘର ଛାଡି ଆସାମ କିମ୍ବା ଅନ୍ୟ ରାଜ୍ୟରେ ବିସ୍ଥାପିତ ହୋଇଛନ୍ତି । ଏହାଛଡା କେନ୍ଦ୍ର ସରକାର ରାଜ୍ୟରେ ରାଷ୍ଟ୍ରପତି ଶାସନ ଭଳି ବ୍ୟବସ୍ଥା ଲଗାଇବା ଭଳି ପଦକ୍ଷେପ ଉଠାଇବା ନିମନ୍ତେ ନିରଷ୍ଟ୍ରେଶ ଦେବା ପାଇଁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking