34.1 C
Bhubaneswar
Friday, March 29, 2024
Homeଅପରାଧମଦ ପିଆଇ ଯୁବତୀ ସାଥିରେ......

ମଦ ପିଆଇ ଯୁବତୀ ସାଥିରେ……

ଜୟପୁର: ଶାହପୁରା ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବତୀଙ୍କୁ ମଦ ପିଆଇ ଅଶ୍ଳୀଳ ଭିଡିଓ ଦେଖାଇ ବଳାତ୍କାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ପରିପ୍ରେକ୍ଷୀରେ ପୀଡିତା ଶାହପୁରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ବିଜୟନ୍ଦ୍ର ସିଂ କହିଛନ୍ତି ଯେ, ପୀଡ଼ିତା ଗାଁ’କୁ ଯିବା ପାଇଁ ଅପେକ୍ଷା କରିଥିବା ରାସ୍ତାରେ ଏପରି ଘଟଣା ଘଟିଛି । ଏହି ସମୟରେ ତାଙ୍କର ପରିଚିତ ଅଶୋକ ମୀନା ଏକ ବାଇକ୍ ନେଇ ଆସି ଗାଁ’ରେ ଛାଡ଼ି ଦେବି କହି ବାଇକ୍‌ରେ ବସାଇ ଏକ ହୋଟେଲ୍‌କୁ ନେଇଯାଇଥିଲା । ସେଠାରେ ମଦ ପିଆଇ ଅଶ୍ଳୀଳ ଭଡିଓ ଦେଖାଇ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବା ସମୟର ଭିଡିଓ ସୁଟ୍ କରିଥିଲା । ଏକଥା କାହାରିକୁ କହିଲେ ଭିଡିଓକୁ ଭାଇରାଲ କରିଦେବ ବୋଲି ଯୁବକ ଜଣଙ୍କ ଧମକ ଦେଇଥିଲା । ଯେତେବେଳେ ପୀଡ଼ିତା ଅଭିଯୁକ୍ତ କଥା ନଶୁଣି ଘରକୁ ଆସି ଘଟଣାର ବିଷୟରେ ସବୁ କଥା କହିଥିଲା। ଯୁବକ ଜଣଙ୍କ ସୁଟ୍ କରିଥିବା ଭିଡିଓ ପର୍ଣ୍ଣ ସାଇଟ୍‌ରେ ଭାଇରାଲ କରିଦେଇଥିଲା । ପରିବାର ଲୋକେ ସବୁ କଥା ଜାଣିବା ପରେ ନିକଟସ୍ଥ ଥାନାକୁ ଆସି ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ଅଭିଯୁକ୍ତ ଫେରାର ଅଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking