28.1 C
Bhubaneswar
Saturday, April 27, 2024
Homeଓଡିଶାତୁରନ୍ତ ଗ୍ରେଡ୍ ପେ’ ଦିଆ ନଗଲେ : ଅଦାଲତକୁ ଯିବୁ

ତୁରନ୍ତ ଗ୍ରେଡ୍ ପେ’ ଦିଆ ନଗଲେ : ଅଦାଲତକୁ ଯିବୁ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଗ୍ରେଡ୍ ପେ’ ପ୍ରଦାନରେ କର୍ତ୍ତୃପକ୍ଷଙ୍କ ଉଦାସୀନତା ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଅଭିଯୋଗରେ କର୍ମଚାରୀମାନେ ଅଦାଲତର ଆଶ୍ରୟ ନେବେ ।
ସୂଚନା ଅନୁଯାୟୀ, ସୋମବାର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ବୈଠକ ବସିଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ମହେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ସିଣ୍ଡିକେଟ୍ ହଲ ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ଗ୍ରେଡ୍ ପେ’ ଅନୁସାରେ ତୃତୀୟ ଶ୍ରେଣୀ କର୍ମଚାରୀମାନଙ୍କ ଦରମା ପୁନଃ ନିର୍ଦ୍ଧାରଣ ହୋଇସାରିଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏ ଦିଗରେ ଅବହେଳା କରାଯାଇଥିବାରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଗ୍ରାଜୁଇଟି, ପେନସନ୍ ଆଦି ଅଟକି ରହିଥିବା ଏପରିକି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥାଭାବରୁ ନିଜର ଚିକିତ୍ସା କରାଇପାରୁ ନଥିବା ଏବଂ କେତେକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଆନ୍ଦୋଳନରତ କର୍ମଚାରୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ଆସନ୍ତା ୧୮ ତାରିଖ ବିଶ୍ୱବିଦ୍ୟାଳୟରେ ଏକ ଅଧିକାରୀ ଦଳ ଭୁବନେଶ୍ୱର ଯାଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ପ୍ରତିକାର କରିବେ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ କର୍ମଚାରୀମାନେ ଧାରଣାରୁ ବିରତ ହୋଇଥିଲେ । ହେଲେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନଗଲେ ସେମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୋର୍ଟର ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଅଦାଲତର କାଠଗଡାକୁ ଟାଣିବେ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking