32.1 C
Bhubaneswar
Tuesday, April 23, 2024
Homeଓଡିଶାଜାଟ୍ରୋଫା ଚାଷହେଲା ଚାଷୀଙ୍କ ପାଇଁ କାଳ

ଜାଟ୍ରୋଫା ଚାଷହେଲା ଚାଷୀଙ୍କ ପାଇଁ କାଳ

ଧର୍ମଗଡ : ଜାଟ୍ରୋଫା (ବାୟୋ ଡିଜେଲ) ଚାଷ କରି ଅଧିକ ଅର୍ଥ ଉପାର୍ଜନ ହେବ । ଆର୍ଥିକ ସ୍ଥିତିରେ ସୁଧାର ହେବା ସହ ସାମାଜିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ । ଏହି ଭଳି ଅନେକ ପ୍ରତିଶ୍ରୁତି ଦିଆଯାଇ ଲୋକଙ୍କୁ ବାୟୋଡିଜେଲ ଜାଟ୍ରୋଫା ଚାଷ କରିବା ପାଇଁ ପ୍ରବର୍ତ୍ତା ଯାଇଥିଲା । ଲୋକଙ୍କ ମନକୁ ମଧ୍ୟ ଯୋଜନାଟି ପାଇଥିଲା । ପଡ଼ିଆ ପଡ଼ି ରହିଥିବା ଚାଷ ଜମିରେ ଜାଟ୍ରୋଫା ଚାଷ କରି ଆର୍ଥିକ ଅଭିବୃଦ୍ଧି ହାସଲ କରିବାକୁ ଚାଷୀମାନେ ଆଶା ବାନ୍ଧିଥିଲେ । ହେଲେ ସବୁ ଆଶା ପାଣି ଫୋଟକା ପରି ଫାଟି ଯାଇଥିଲା । ସହାୟତା ଆଣିବାର ୧୦ ବର୍ଷ ପରେ ଚାଷୀଙ୍କ ପାଖକୁ ଆସିଛି ଋଣ ପରିଶୋଧ ନୋଟିସ୍ ।
ଘଟଣାଟି ହେଉଛି ୨୦୦୯ ମସିହାର । ଏହିଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅଞ୍ଚଳରେ । ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଜଳସେଚନା ସୁବିଧା ନାହିଁ । ବୃଷ୍ଟିପାତ ଉପରେ ଏଠାକାର ଚାଷୀ ପ୍ରାୟତଃ ନିର୍ଭର କରିଥାନ୍ତି । ସ୍ୱଳ୍ପ ବୃଷ୍ଟି ଓ ଅନାବୃଷ୍ଟି ଭଳି ସମସ୍ୟା ଏଠାରେ ପ୍ରାୟତଃ ଲାଗି ରହିଥାଏ । ଫଳରେ ଭଟା ଜମି ସବୁ ପଡ଼ିଆ ପଡ଼ିଥାଏ । ଏହି ପଡ଼ିଆ ପଡ଼ିଥିବା ବିଲରେ ଜାଟ୍ରୋଫା (ବାୟୋଡିଜେଲ) ଚାଷ କରାଯାଇ ଲାଭବାନ ହେବା ପାଇଁ ମିଶନ ବାୟୋଫୁଏଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନୀ ଆସି ଗୋଲାମୁଣ୍ଡା ବ୍ଲକ୍‌ର ଗୋଲାମୁଣ୍ଡା, ମାନଝରୀ, ଉଦେଶୃଙ୍ଗ, ଡୁଡକେଲ, ଗ୍ରୀଣ୍ଡୋଲ, କାନ୍ଦୁଲ ଡଙ୍ଗରୀ ପ୍ରଭୃତି ଅଞ୍ଚଳର ଚାଷୀମାନଙ୍କୁ ଏହି ଚାଷ କରିବାପାଇଁ ପ୍ରବର୍ତ୍ତାଇ ଥିଲା । ୯-୧୦ ଜଣ ଲେଖାଏଁ ଚାଷୀଙ୍କୁ ନେଇ ଗ୍ରୁପ୍‌ମାନ କରିଥିଲା । ଏହି ଗ୍ରୁପରେ ଜଣେ ସଭାପତି ଓ ଜଣେ ସମ୍ପାଦକ ରହିଥିଲେ । ଚାଷୀଙ୍କ କହିବାନୁଯାୟୀ ଗ୍ରୁପ୍‌ର ଚାଷୀମାନଙ୍କୁ କମ୍ପାନୀ ପକ୍ଷରୁ କିଛି ଜେଟ୍ରଫା ଗଛ ଓ କିଛି ଅର୍ଥ ଦିଆଯାଇ ଥିଲା ଚାଷ କରିବା ସମୟରେ ସେମାନଙ୍କୁ ସାର, କୀଟନାଶକ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲେ ହେଁ ପରବର୍ତ୍ତି ସମୟରେ ସେମାନଙ୍କୁ ଆଉ କୌଣସି ପ୍ରକାର ସହାୟତା ଦିଆଗଲା ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଉତ୍ପାଦିତ ଫସଲକୁ ମଧ୍ୟ କମ୍ପାନୀ ଆସି କିଣି ନେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ହେଲା ନାହିଁ । ଫସଲ ନଷ୍ଟ ହେଲା ଜାଟ୍ରୋଫା ଚାଷ ମଧ୍ୟ ସମୟ କ୍ରମେ ସବୁ ଉଜୁଡ଼ିଗଲା । ଏବେ ଦୀର୍ଘ ୧୦ ବର୍ଷ ପରେ ଚାଷୀଙ୍କ ପାଖକୁ ଋଣ ପରିଶୋଧ ନୋଟିସ ଯାଇଛି । ଏହାକୁ ନେଇ ଏବେ ଚିନ୍ତାରେ ରହିଛନ୍ତି ଚାଷୀ । କେଉଁଠୁ ପଇସା ଆଣିବ ଏବଂ ଋଣ ପରିଶୋଧ କରିବ ଏବେ ଏହି ଚିନ୍ତା ଚାଷୀଙ୍କୁ ଘାରିଛି । କମ୍ପାନୀ ତାର ଲାଭ ଟଙ୍କା ଧରି ପାର ହୋଇଥିବା ବେଳେ ଏବେ ଚାଷୀଙ୍କ ମୁଣ୍ଡରେ ଅଠାବୋଳି ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking