30.1 C
Bhubaneswar
Friday, April 26, 2024
Homeଓଡିଶାକଟକଣା ଉଲ୍ଲଙ୍ଘନ, କନ୍ୟାପିତା ଦେଲେ ଜରିମାନା

କଟକଣା ଉଲ୍ଲଙ୍ଘନ, କନ୍ୟାପିତା ଦେଲେ ଜରିମାନା

ସମ୍ବଲପୁର :ସମ୍ବଲପୁର ସହରରେ ଚାଲିଥିବା ଏକ ବିବାହ ଉତ୍ସବରେ କୋଭିଡ୍ କଟକଣା ଉଲଙ୍ଘନ ହୋଇଥିବା ଅଭିଯୋଗରେ ଦାୟୀତ୍ୱରେ ଥିବା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ କନ୍ୟା ବାପାଙ୍କୁ ୧୦ ହଜାର ଟଙ୍କାରେ ଅର୍ଥ ଦଣ୍ଡିତ କରାଯାଇଛି । ସୂଚନାନୁଯାୟୀ ସ୍ଥାନୀୟ ମୁଦିପଡା ବିହାରିପଡା ଠାରେ ଆୟୋଜିତ ଏକ ବିବାହ ଉତ୍ସବରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିବା ଅଭିଯୋଗ ହୋଇଥିଲା ।ଏହି ଅଭିଯୋଗ ଆଧାରରେ ପୋଲିସ୍ ଜଣେ ମାଜିଷ୍ଟ୍ରେଟଙ୍କ ସହ ଉକ୍ତ ବିବାହ ମଣ୍ଡପରେ ଚଢ଼ାଉ କରିଥିଲା । ତେବେ ସେଠାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ସହ ଅଧିକାଂଶ ମାସ୍କ ପିନ୍ଧିନଥିବା ଏପରିକି ସାମାଜିକ ଦୂରତା ରଖୁଥିବା ମଧ୍‌ଯ ଦେଖିବାକୁ ମିଳିଥିଲା । ଏହି ଅବ୍‌ଯବସ୍ଥିତ କାରଣରେ ମାଜିଷ୍ଟ୍ରେଟ କନ୍ୟା ପିତାଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କୁ ୧୦ ହଜାର ଟଙ୍କାରେ ଦଣ୍ଡିତ କରିଛନ୍ତି । ପୋଲିସ୍ କନ୍‌ଯା ପିତାଙ୍କ ଠାରୁ ଜୋରିମାନା ଅର୍ଥ ଆଦାୟ କରିବା ସହ ବିବାହ ଉତ୍ସବରେ ବ୍‌ଯବହୃତ କେତେକ ସାମଗ୍ରୀକୁ ମଧ୍ୟ ଜବତ କରିଥିବା ଜଣାପଡିଛି । ସେହିପରି ବିବାହ ଉତ୍ସବ ସମୟରେ ସମସ୍ତଙ୍କୁ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରି ଯୋଜନାବଦ୍ଧ ଏବଂ ସତର୍କତା ସହକାରେ କାର୍ଯ୍‌ଯ କରିବାକୁ ପୁଲିସ୍ ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking