34.1 C
Bhubaneswar
Friday, March 29, 2024
Homeଓଡିଶାରାତ୍ରିଅଧରେ କାମ କରୁଛନ୍ତି ଗର୍ଭବତୀ; ତେଲେଙ୍ଗାନରେ ଓଡ଼ିଆ ଶ୍ରମିକ ବନ୍ଧକ, ଉଦ୍ଧାର ପାଇଁ ଗୁହାରି

ରାତ୍ରିଅଧରେ କାମ କରୁଛନ୍ତି ଗର୍ଭବତୀ; ତେଲେଙ୍ଗାନରେ ଓଡ଼ିଆ ଶ୍ରମିକ ବନ୍ଧକ, ଉଦ୍ଧାର ପାଇଁ ଗୁହାରି

ସଇଁନ୍ତଳା : ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ଚଳିବା ପାଇଁ ହାତ ପତାଇ ଦାନା ମାଗନ୍ତି । ପେଟ ପାଇଁ ଦାନା ଯୋଗାଡ଼ ପାଇଁ ଇଟା ଭାଟିରେ କାମ କରିବା ପାଇଁ ଗରିବ ଲୋକମାନେ ରାଜି ହୁଅନ୍ତି । ଆଉ ସେମାନେ ସାଜିଯାଆନ୍ତି ଦାଦନ । ଏଠାରେ ଏକ ହୃଦୟ ବିଦାରକ ଦୃଶ୍ୟକୁ ସାମ୍ନାକୁ ଆଣିଛନ୍ତି ସାମାଜିକ କର୍ମୀ ରଞ୍ଜିତା ପ୍ରିୟଦର୍ଶନୀ । ଟ୍ୱିଟ ମାଧ୍ୟମରେ ସେ ତେଲେଙ୍ଗାନା ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କୁ ତେଲେଙ୍ଗାନାର ସାଙ୍ଗାରେଡି ଜିଲ୍ଲାରେ ନିର୍ଯାତନା ଶିକାର ହେଉ ଥିବା ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲା ଓ ନୂଆପଡା ଜିଲ୍ଲାର ୪ ଜଣ ଗର୍ଭବତୀ,୧୫ ବର୍ଷରୁ କମ୍ ୨୧ ଜଣଙ୍କ ସହ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ସାଙ୍ଗାରେଡ଼ି ଜିଲ୍ଲାରେ ଇଟାଭାଟିରେ କାମ କରୁଛନ୍ତି । କେବଳ ଦିନ ବେଳା ନୁହେଁ, ରାତିରେ ମଧ୍ୟ କାମ କରିବା ପାଇଁ ବାଧ୍ୟ କରୁଛି ଦାଦନ ସର୍ଦ୍ଦାର ବୋଲି ଅଭିଯୋଗ କରିଛନ୍ତି । ଗର୍ଭବତୀଙ୍କୁ ଟିକିଏ ହେଲେ ବିଶ୍ରାମ ଦିଆଯାଉ ନାହିଁ ।

ଅନ୍ୟପଟେ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ଥିବା ଶ୍ରମିକମାନଙ୍କୁ ପ୍ରଶାସନ ଖୁବ୍ ଶୀଘ୍ର ଉଦ୍ଧାର କରିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଖଡ଼ିଆଳ ବ୍ଲକ୍ ରୋହେନପଦର ଗ୍ରାମର ୧୨ ଜଣ ପ୍ରବାସୀ ଶ୍ରମିକ ତେଲେଙ୍ଗାନାରେ ବନ୍ଧକ ରହିଛନ୍ତି । ସେମାନଙ୍କୁ ସେଠାରେ ବିଭିନ୍ନ ନିର୍ଯାତନା ଦିଆଯାଉଛି । ଏଥିପାଇଁ ସେମାନେ ଏକ ଭିଡିଓ ଜରିଆରେ ଉଦ୍ଧାର ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।
ପ୍ରକାଶ ଯେ, ରୋହେନପଦର ଗାଁର ୧୨ଜଣ ଶ୍ରମିକଙ୍କୁ ଗତବର୍ଷ ନୂଆଁଖାଇ ସମୟରେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଚାହାରପାଣି ଗାଁର ଦାଦନ ଦଲାଲ କୈବର୍ତ୍ତ ହରପାଲ ଦାଦନ ଯିବାକୁ ଅଗ୍ରୀମ ଟଙ୍କା ଦେଇଥିଲେ । ଶ୍ରମିକମାନେ ତେଲଙ୍ଗାନା ରାଜ୍ୟ ସାଙ୍ଗରେଡ୍ଡି ଜିଲ୍ଲାକୁ ଇଟାଭାଟିରେ କାମ କରିବାକୁ ଯାଇଥିଲେ ।

ସେଠାରେ ଇଟାଭାଟି ମାଲିକ ଆର୍‌. ଡି. ଶଭକର ଶ୍ରମିକମାନଙ୍କୁ ବହୁତ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ରାମଚଣ୍ଡୀ ତାଣ୍ଡି ନାମକ ଜଣେ ଶ୍ରମିକ ଗତ ମାର୍ଚ୍ଚ ୩୧ତାରିଖ ଦିନ ଜ୍ୱରରେ ଆକ୍ରାନ୍ତ ହେବାରୁ କାମକୁ ଯାଇପାରିନଥିଲେ । ଫଳରେ ମାଲିକ ତାଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ । କିଛି ଶ୍ରମିକ ତାଙ୍କୁ ବେହୋସ ଅବସ୍ଥାରେ ଚିକିତ୍ସା ପାଇଁ ସେଠାକାର ଡାକ୍ତରଖାନାକୁ ନେଉଥିଲେ । ବାଟରେ ପୁଣି ଗୁଣ୍ଡା ଲଗାଇ ନିସ୍ତୁକ ମାଡ଼ମାରିବା ସହିତ ସମସ୍ତଙ୍କ ଫୋନ୍‌କୁ ଛଡ଼ାଇ ନେଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking