28.1 C
Bhubaneswar
Saturday, April 27, 2024
Homeଓଡିଶାସମ୍ବଲପୁର ସଟଡାଉନ

ସମ୍ବଲପୁର ସଟଡାଉନ

ସମ୍ବଲପୁର : ଆସନ୍ତାକାଲିଠାରୁ ସମ୍ବଲପୁର ଜିଲ୍ଲାକୁ ସଟଡାଉନ କରାଯାଇଛି । ଜିଲ୍ଲାରେ ଆସନ୍ତା ୧୦ ଦିନ ପାଇଁ ସଟଡାଉନ ନିୟମ ଲାଗୁ ହେବ । ୨ଟି ପର୍ଟ୍ୟାୟରେ ଜିଲ୍ଲାରେ ସଟଡାଉନ ନିୟମ ଲାଗୁ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତା କାଲିଠାରୁ ଅର୍ଥାତ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍‌ଲାରେ ସଟଡାଉନ ନିୟମ ଲାଗୁ କରାଯିବ ।
ଆସନ୍ତାକାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ଓ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ସଟଡାଉନ ଲାଗୁ କରାଯିବ । ଏହି ସମୟରେ ଜିଲ୍ଲା ଭିତରେ ସରକାରୀ , ଘରୋଇ ପରିବହନକୁ ବାରଣ କରାଯାଇଛି । ଦୋକାନ ବଜାର ବନ୍ଦ ରହିବ । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ହେବ । ହସ୍ପିଟାଲ , ଔଷଧ ଦୋକାନ , ପେଟ୍ରୋଲ ପମ୍ପ ଖୋଲା ରହିବ । କ୍ଷୀର ଦୋକାନ , ଖାଦ୍ୟ ପାର୍ସଲ ନେବାକୁ ରାସ୍ତାକଡ଼ ଢାବା ଖୋଲା ରହିବ ।
ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜିଲ୍ଲାପ୍ରଶାସନ ଏପରି ପଦକ୍ଷେପ ନେଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ ମୋଟ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୮୩ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking