30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଉଷୁମ ପାଣିରେ କଣ ଲାଭ ମିଳିଥାଏ

ଉଷୁମ ପାଣିରେ କଣ ଲାଭ ମିଳିଥାଏ

ଭୁବନେଶ୍ୱର : ନାକ ବନ୍ଦରୁ ମୁକ୍ତି ମିଳେ- ଥଣ୍ଡା ହେଲେ ଆମମାନଙ୍କ ନାକ ବନ୍ଦ ହୋଇଯାଏ । ଆମେ ଅଣନିଶ୍ଵାସୀ ହୋଇଯାଉ । ବିରକ୍ତିକର ଅନୁଭବ ହୁଏ ।

ବିଭିନ୍ନ ଗ୍ୟାସଜାତୀୟ ଖାଦ୍ୟ ଖାଇବା ଫଳରେ ଗଳାରେ ଏସିଡ ଉତ୍ପନ ହୁଏ । ଏହି ଏସିଡକୁ ସନ୍ତୁଳିତ ରଖିବାରେ ଉଷୁମ ପାଣି ସାହାଯ୍ୟ କରେ । ଫଳରେ ଗଳାରେ ପିଏଚ ସ୍ତରରେ କୌଣସି ପରିବର୍ତ୍ତନ ହୁଏ ନାହିଁ । ଏହି ମିଶ୍ରଣ ତଣ୍ଟିରେ ଥିବା ଅଦରକାରୀ ବ୍ୟାକ୍ଟେରିଆ ବୃଦ୍ଧିକୁ ରୋକିପାରେ ।

ଲୁଣ ପାଣି କୁଳି କଲେ ଆରମ ଲାଗିଥାଏ । ଏହି ଦ୍ରବଣ ଆମ ନାକ ଏବଂ ଶ୍ଵାସନଳୀରେ ତିଆରି ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ । ଏହି ମିଶ୍ରଣ ଦ୍ଵାରା ନାକ ପୋଡ଼ାଜଳାରୁ ଉପଶମ ମିଳିଥାଏ ।

ଶ୍ଵାସନଳୀ ସଂକ୍ରମଣ ରୋକିଥାଏ- ବେଳେବେଳେ ଛୋଟପିଲାଙ୍କର ଶ୍ଵାସନଳୀ ସଂକ୍ରମଣ ହୋଇଯାଏ । ଫଳରେ ଅନେକ ରୋଗ ଦେଖାଦିଏ। ପ୍ରାୟତଃ ୪୦ ପ୍ରତିଶତ ଲୋକଙ୍କ ପାଖରେ ଏହି ସଂକ୍ରମଣ ଦେଖାଦେଉଛି । ଦିନକୁ ୩ଥର ଉଷୁମ ଲୁଣ ପାଣି ଗାରଗିଲ କଲେ ଏଥିରୁ ଉପଚାର ମିଳିପାରିବ। ଶ୍ଵାସନଳୀର ଉପର ଅଶଂର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଟନସିଲରୁ ଉପଶମ ମିଳିଥାଏ- ଟନସିଲ ହେଉଛି ତଣ୍ଟି ପାଖର ଦୁଇଟି ଗ୍ରନ୍ଥିକୁ ବୁଝାଏ। ବ୍ୟାକ୍ଟେରିଆ ଏବଂ ଭାଇରସ ସଂକ୍ରମଣ ଯୋଗୁଁ ଟନସିଲରେ ଯନ୍ତ୍ରଣା ହୁଏ। ଗଳା ଫୁଲିଯାଏ। କୌଣସି ଖାଦ୍ୟ ଖାଇଲେ ଦରଜ ହୁଏ । ଥଣ୍ଡା ଦିନରେ ଛୋଟପିଲାଙ୍କ ଗଳାରେ ଟନସିଲ ହୁଏ । ପାଟିରୁ ର୍ଦୁଗନ୍ଧ ବାହାରେ । ଏଭଳି ପରିସ୍ଥିତିରେ ଉଷୁମ ଲୁଣ ପାଣି କାମରେ ଆସିଥାଏ। ଦିନକୁ ୪ ରୁ ୫ ଥର ଏହି ପାଣି କୁଳି କଲେ ଟନସିଲ କଷ୍ଟରୁ ଆରମ ମିଳିଥାଏ । 

ପାଟି ଦୁର୍ଗନ୍ଧର ସମାଧାନ- କଥା କହିବା ବେଳେ ଅଧିକାଂଶ ଲୋକଙ୍କ ପାଟିରୁ ର୍ଦୁଗନ୍ଧ ବାହାରେ। ଏହାକୁ ନେଇ ସେମାନେ ଚିନ୍ତିତ ରହନ୍ତି। ଠିକ ସମୟରେ ଖାଇବା ନ ଖାଇଲେ ପାଟି ଶୁଖିଯାଏ। ଫଳରେ ଏପରି ଖରାପ ଗ୍ୟାସ ବାହାରିଥାଏ। ଉଷୁମ ଲୁଣ ପାଣି କୁଳି କଲେ ଏହି ସମସ୍ୟାର ସମାଧାନ ହୋଇଯିବ ।

ଚର୍ମକୁ ମଶ୍ଚରାଇଜ୍ କରିବା ସହିତ ଏହା ମୃତ ଚର୍ମକୁ ସଫା କରିଥାଏ ଏବଂ ଚର୍ମକୁ କୋମଳ, ଚକଚକିଆ ଏବଂ ଗୋରା କରିବାରେ ସାହାଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking