43 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗରାମମନ୍ଦିର ନିର୍ମାଣ ପାଇଁ ଜମା ହେଲା ୧୫୧୧ କୋଟି ଟଙ୍କା

ରାମମନ୍ଦିର ନିର୍ମାଣ ପାଇଁ ଜମା ହେଲା ୧୫୧୧ କୋଟି ଟଙ୍କା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ଲାଗି ଚାନ୍ଦା ସଂଗ୍ରହ ପାଇଁ ଗତମାସ ଆରମ୍ଭ ହୋଇଥିବା ଅଭିଯାନ ଏବେବି ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୧୫୦୦ କୋଟି ଟଙ୍କାରୁ ଅଧିକ ରାଶି ଏକାଠି ହୋଇସାରିଛି । ଗତମାସ ମକର ସଂକ୍ରାନ୍ତି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଦ୍ୱାରା ୩୦ ଦିନରୁ କମ ସମୟ ମଧ୍ୟରେ ଏତେ ପରିମାଣରେ ରାଶି ଏକାଠି ହୋଇଛି ।  ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, ଗୁରୁବାର ସନ୍ଧ୍ୟାରେ ଉପଲବ୍ଧ ହୋଇଥିବା ତଥ୍ୟ ଅନୁସାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ୧୫୧୧ କୋଟି ଟଙ୍କା ଏକାଠି ହୋଇଛି । ଅର୍ଥାତ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାଳୁମାନେ ଦିନକୁ ହାରାହାରି ୫୬ କୋଟି ଟଙ୍କା ଦାନ କରିଛନ୍ତି । ଏହି ହିସାବରେ ରାମ ମନ୍ଦିରକୁ ଦାନ ଆସିଲେ ଆହୁରି ପ୍ରାୟ ୧୦୦୦ କୋଟି ଟଙ୍କା ମିଳିପାରିବ ବୋଲି ପୂର୍ବାନୁମାନ କରାଯାଉଛି । ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି । ସମସ୍ତ ଭାରତୀୟଙ୍କ ସ୍ବପ୍ନର ଭବ୍ୟ ରାମ ମନ୍ଦିର ଅଯୋଦ୍ଧାରେ ନିର୍ମାଣ ପାଇଁ ସମସ୍ତେ ଦାନ ଦେଉଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking