ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ବନବିଭାଗର କର୍ମଚାରୀମାନେ ଚୋରାଚାଲାଣ ହେଉଥିବା ୩୪ଟି ଶାଳକାଠ ପଟାକୁ ଜବତ କରିବା ସହ ଚୋରା ଚାଲାଣରେ ସଂପୂର୍କ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଠାକୁରମୁଣ୍ଡା ରେଞ ଅଫିସ କେଶ ନମ୍ବର ୯୫ ଅନୁଯାୟୀ କୋର୍ଟକୁ ଚାଲାଣ କରିଥିବା ବନବିଭାଗ ସୂତ୍ରରୁ ଜଣାଯାଇଛି। ପ୍ରକାଶ ଯେ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର ଓ କେନ୍ଦୁମୁଣ୍ଡି ବନ୍ୟ ପ୍ରାଣୀ ରେଞ୍ଜର ରମେଶ ଚନ୍ଦ୍ର ମାରାଣ୍ଡି ଙ୍କ ନେତୃତ୍ୱରେ ବନବିଭାଗର କର୍ମଚାରୀମାନେ ରାତି ପେଟ୍ରୋଲିଂ କରୁଥିବା ବେଳେ ସାଲେଇବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜମୁପୋଷି ନିକଟରେ ଏକ ପିକଅଫ ଭ୍ୟାନକୁ ପାଇଥିଲେ।ବନବିଭାଗ କର୍ମଚାରୀମାନଙ୍କୁ ଦେଖି ଭ୍ୟାନ ଚମ୍ପଟ ମାରିବା ଦେଖି ଗାଡିକୁ ପିଛା କରିଥିଲେ।କିନ୍ତୁ ଭୋର ସମୟରେ ପ୍ରାୟ ୫ କିଲୋମିଟର ପରେ ବେପାରୀ ମାନେ ଭୋଇରାଣୀବେଡା ଗ୍ରାମ ଜଙ୍ଗଲ ନିକଟରେ ନେଉଥିବା କାଠକୁ ଭ୍ୟାନରୁ ପକାଇଦେଇ ଖସି ପଳାଇ ଯାଇଥିଲା । ପିଛା କରୁଥିବା ବନ କର୍ମଚାରୀମାନେ ଜଙ୍ଗଲରେ ପଡିଥିବା ପଟା ଗୁଡିକୁ ଜବତ କରିବା ସହ ଜଙ୍ଗଲରେ ସନ୍ଦେହ ଜନକଭାବେ ବୁଲୁଥିବା ସରୁବିଲ ଗ୍ରାମର ରାମଚନ୍ଦ୍ର ବେହେରା,ଖଣ୍ଡବନ୍ଧ ପୁରୁଣାପାଣି ଗ୍ରାମର ମଦନ ମହାନ୍ତ, ଚିଆଁବେଡା ଗ୍ରାମର ଉଦୟ ହାଇବରୁ କୁ ଧରି ବନଭିଭାଗ କାର୍ଯ୍ୟାଳୟକୁ ଆଣି ତଦନ୍ତ ପରେ ୩ ଜଣକୁ ଘଟଣା ସହ ସମ୍ପୂର୍କ୍ତି ଥିବା ନେଇ ଗିରଫ ପରେ କୋର୍ଟ ଚାଲାଣ କରିଛନ୍ତି।ଏହି ଚଢ଼ାଉରେ ଫରେଷ୍ଟର ତପନ ମହାନ୍ତ, ନଳିନୀ ମହାନ୍ତ,ଜ୍ୟାତୀନ୍ଦ୍ର କୁମାର ବେହେରା,ଠାକୁର ଦାସ ହେମ୍ବ୍ରମ, ଫରେଷ୍ଟ ଗାର୍ଡ ଭବାନୀ ବେହେରା,ଗୌତମ ବେହେରା ,ସଚିଦାନନ୍ଦ ବେହେରାଙ୍କ ସମେତ ଟିପିଏଫ କର୍ମୀମାନେ ସାମିଲ ଥିଲେ।