37.1 C
Bhubaneswar
Sunday, May 5, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନର ଲୋକପ୍ରିୟ ପିଜ୍ଜା ରେଷ୍ଟୁରାଣ୍ଟ ଉପରେ ଋଷର ମିସାଇଲ ମାଡ; ୧୧ ଜଣଙ୍କ ମୃତ୍ୟୁ, ୬୦...

ୟୁକ୍ରେନର ଲୋକପ୍ରିୟ ପିଜ୍ଜା ରେଷ୍ଟୁରାଣ୍ଟ ଉପରେ ଋଷର ମିସାଇଲ ମାଡ; ୧୧ ଜଣଙ୍କ ମୃତ୍ୟୁ, ୬୦ ଗୁରୁତର

ନୂଆଦିଲ୍ଲୀ: ଗୋଟିଏ ପଟେ ୱାଗନର୍ ଗ୍ରୁପ୍ ଋଷ ସେନାକୁ ଟକ୍କର ଦେଉଛି । ସିଧାସଳଖ ପୁଟିନଙ୍କୁ ଟାର୍ଗେଟ୍ କରି ବିଦ୍ରୋହ ଘୋଷଣା କରିଛନ୍ତି ୱାଗନର୍ ଗ୍ରୁପ ମୁଖ୍ୟ ୟେବଗେନୀ ପ୍ରିଗୋଝିନ୍ । ତଥାପି ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଇଷ୍ଟର୍ଣ୍ଣ ୟୁକ୍ରେନର କ୍ରାମାରୋସ୍କରେ ଥିବା ଏକ ଲୋକପ୍ରିୟ ପିଜ୍ଜା ରେଷ୍ଟୁରାଣ୍ଟ ଉପରେ ମିସାଇଲ ମାଡ କରିଛି ଋଷିଆ । ଯାହା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଥିବା ସୂଚନା ମିଳିଛି । ରେଷ୍ଟୁରାଣ୍ଟ ମଧ୍ୟରେ ଭିଡ ଥିବା ବେଳେ ହଠାତ୍ ମିସାଇଲ ଆକ୍ରମଣ ହୋଇଥିଲା । ଏଥିରେ ୬୧ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୟୁକ୍ରେନ୍ ପୋଲିସ ଏ ନେଇ ସୂଚନା ଦେଇଛି । ଋଷ ସେନା ପକ୍ଷରୁ ବୁଧବାର ଭୋର୍ରୁ ଏହି ଆକ୍ରମଣ କରାଯାଇଥିଲା ।

ଋଷରେ ରାଜନୈତିକ ଓ ମିଲିଟାରୀ ଅସ୍ଥିରତା ଲାଗି ରହିଥିଲେ ସୁଦ୍ଧା ୟୁକ୍ରେନ ଉପରେ ବଡ ଧରଣର ଆକ୍ରମଣ କରିଛି ଋଷ ସେନା । ଉଭୟ ଦେଶ ମଧ୍ୟରେ ଗତ ୧୬ ମାସ ହେଲା ଯୁଦ୍ଧ ଜାରି ରହିିଥିବା ବେଳେ ଏହା ଶକ୍ତିଶାଳୀ ଆକ୍ରମଣ ବୋଲି କୁହାଯାଉଛି । ଆକ୍ରମଣକୁ ନେଇ ୟୁକ୍ରେନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିନ୍ତୁ ୟୁକ୍ରେନ ସେନା ପକ୍ଷରୁ ସେଭଳି କୌଣସି ଆକ୍ସନ ନିଆଯାଇ ନାହିଁ । ସୂଚନା ଯେ, ୟୁକ୍ରେନ ବିରୁଦ୍ଧରେ ଋଷ ପ୍ରଥମେ ଯୁଦ୍ଧ ଘୋଷଣା କରିବା ପରେ ପୁଟିନ ସେନା ପାଇଁ ପ୍ରମୁଖ ଭୂମିକା ତୁଲାଇଥିଲା ୱାଗନର୍ ଗ୍ରୁପ ।

ୟୁକ୍ରେନ ଭିତରେ ପଶି ଘନଘନ ଆକ୍ରମଣ କରିଥିଲା ୱାଗନର୍ ସେନା । ଯାହାର ନେତୃତ୍ୱ ନେଇଥିଲେ ୟେବଗେନୀ ପ୍ରିଗୋଝିନ୍ । ୱାଗନର୍ ହେଉଛି ଏକ ଘରୋଇ ସେନା ସଂସ୍ଥା । ଯାହାକୁ କି ଭଡା ଆକାରରେ ଆଣି ୟୁକ୍ରେନ ଉପରେ ଆକ୍ରମଣ ପାଇଁ ବ୍ୟବହାର କରୁଥିଲେ ପୁଟିନ । ଏବେ କିନ୍ତୁ ନିଜ ଜାଲରେ ନିଜେ ଫସିଛନ୍ତି ଋଷ ରାଷ୍ଟ୍ରପତି । ୱାଗନର୍ ସେନା ଏବେ ପୁଟିନଙ୍କୁ ଗାଦିଚ୍ୟୁତ କରିବାକୁ ଜୋରସୋରରେ ଲାଗିପଡିଛି । ଋଷର ଗୋଟିଏ ପରେ ଗୋଟିଏ ସହର ଉପରେ କବ୍ଜା କରିବାରେ ଲାଗିଛି ୱାନଗର ସେନା । ତଥାପି ଋଷର ତୋଡ କମୁନି । ଦେଶ ବିପଦରେ ଥିବା ସମୟରେ ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking