30.1 C
Bhubaneswar
Saturday, May 18, 2024
Homeଓଡିଶାଚାନ୍ଦବାଲିରେ ଘର ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି ମନମୋହନ...

ଚାନ୍ଦବାଲିରେ ଘର ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି ମନମୋହନ ସାମଲ

 ସ୍ୱାଧୀନତା ପରଠାରୁ ସାଧାରଣ ଜନତାଙ୍କ ପାଇଁ ଯାହା ହୋଇନଥିଲା ୯ବର୍ଷରେ ମୋଦିଜୀ କରି ଦେଖାଇଛନ୍ତି

 ଗରୀବ ଲୋକ ବଂଚିବା ପାଇଁ ଓ କର୍ମ ନିଯୁକ୍ତି ପାଇଁ ମୋଦିଜୀ ବିଭିନ୍ନ ଯୋଜନା କରିଛନ୍ତି
 ଓଡ଼ିଶାର ୯୧ ପ୍ରତିଶତ ଲୋକଙ୍କ ପସନ୍ଦ ମୋଦିଜୀ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ବର୍ଷ ପୂର୍ଣ୍ଣ ହୋଇଛି । ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ମେ ୩୧ ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଚାଲିଛି । ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉତୁକୁଡା ପଂଚାୟତ ସ୍ଥିତ ଉତୁକୁଡା ୧୫୪ ଓ ବିଶ୍ୱାଳି ୧୫୫ ନମ୍ବର ବୁଥରେ ଘରକୁ ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ଘର ଘର ଜନସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘରକୁ ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିଛନ୍ତି । ଗତ ୯ ବର୍ଷ ଭିତରେ ଭାରତବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ଦଳର “ଆମ ପରିବାର, ଆମ ବିକାଶ” ସ୍ଲୋଗାନକୁ ପରିତ୍ୟାଗ କରି “ସବକା ସାଥ, ସବକା ବିକାଶ”ର କାହାଣୀ ଲେଖିଛି । ସ୍ୱାଧୀନତା ପରଠାରୁ ସାଧାରଣ ଜନତାଙ୍କ ପାଇଁ ଯାହା ହୋଇନଥିଲା ସେ କଥାକୁ ମୋଦିଜୀ ଗତ ୯ବର୍ଷରେ କରି ଦେଖାଇଛନ୍ତି । ଓଡିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ବଂଟନ କରୁଛନ୍ତି ମୋଦିଜୀ । ଆବାସ ଯୋଜନାରେ ରାଜ୍ୟ ସରକାର ୨୯ଲକ୍ଷ ଘର ମୋଦି ସରକାରକୁ ମାଗିଥିଲେ ତାହା ଅନୁମୋଦନ କରିଛନ୍ତି ମୋଦିଜୀ । ସ୍ୱଚ୍ଛ ଭାରତ ଯୋଜନାରେ ଓଡିଶାର ୭୭ଲକ୍ଷ ଲୋକଙ୍କୁ ପାଇଖାନା ଯୋଗାଇଛନ୍ତି । ଦେଶର କିଷାନ ସମ୍ମାନ ନିଧି ଯୋଜନାରେ ୧୧କୋଟି କୃଷକଙ୍କ ଉନ୍ନତି ପାଇଁ ବର୍ଷକୁ ୬ହଜାର ଟଙ୍କା ଯୋଗାଇବା ସହ ୨ଲକ୍ଷ ୨୫ହଜାର କୋଟି ଟଙ୍କା ଏଯାଏଁ ମୋଦିଜୀ ଦେଇସାରିଛନ୍ତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ସେହିପରି ଗତ ୯ ବର୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୧୦ ଟଙ୍କାରୁ ୨୧୮୩ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋଦି ସରକାର । କୃଷି ବୀମା ଯୋଜନାରେ ଯଦି ୩୩ ପ୍ରତିଶତ ଚାଷୀଙ୍କ କ୍ଷତି ହୁଏ ତାହାଲେ କ୍ଷତିପୁରଣ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦିଜୀ । ଫଳରେ ଚାଷୀ ଆଜି ୯ବର୍ଷ ଧରି ଏହି କ୍ଷତିପୂରଣ ପାଉଛି । ମୋଦିଜୀ ୯କୋଟି ୭୫ଲକ୍ଷ ମାଆ ଓ ଭଉଣୀମାନଙ୍କୁ ଉଜ୍ଜ୍ୱଳା ଗ୍ୟାସ ଯୋଗାଇଛନ୍ତି ଓ ମୋଦିଜୀଙ୍କ ୩ଶହ ୨୫ଟି ଯୋଜନାରେ ସାଧାରଣ ଲୋକେ ଉପକୃତ ହେଉଛନ୍ତି । ଭାରତକୁ ୩୩ହଜାର କୋଟି ଟଙ୍କାର କରୋନା ଟୀକା ଦେଇଛନ୍ତି ମୋଦିଜୀ । ମୋଦିଜୀ ୨ହଜାର ଟଙ୍କାର ଔଷଧ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନାରେ ମାତ୍ର ୨ଶହ ଟଙ୍କାରେ ଲୋକଙ୍କ ପାଖରେ ପଂଚାଉଛନ୍ତି । ଗରୀବ ଲୋକେ ବଂଚିବା ପାଇଁ ଓ କର୍ମନିଯୁକ୍ତିରେ ଯାହା ଯାହା ଆବଶ୍ୟକ ଅଛି ସେଭଳି ଯୋଜନା ମୋଦିଜୀ କରିଛନ୍ତି । ଓଡ଼ିଶାର ୯୧ପ୍ରତିଶତ ଲୋକ ଯଶସ୍ୱୀ ମୋଦିଜୀଙ୍କୁ ପସନ୍ଦ କରନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ଦୁଇ ଦିନିଆ ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଗତ କାଲି ଭଦ୍ରକ ଜିଲ୍ଲାର ଧାମନଗରଠାରେ ଲାଭାର୍ଥୀ ସମ୍ମିଳନୀରେ ଯୋଗ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking