33.1 C
Bhubaneswar
Friday, April 26, 2024
Homeଅପରାଧଅଢ଼େଇ କୋଟିର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଅଢ଼େଇ କୋଟିର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର : ପ୍ରାୟ ଅଢ଼େଇ କୋଟିର ବ୍ରାଉନ୍‌ସୁଗାର ଜବତ କଲା କ୍ରାଇମବ୍ରାଞ୍ଚ । ଜଳେଶ୍ୱର ମାକ୍ରେଟରେ ଡିଲ୍ ବେଳେ ଧରିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ୨କୋଟି ୪୦୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ ସହ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ବର୍ତ୍ତାମନ ରାଜ୍ୟରେ ବ୍ରାଉନ୍‌ସୁଗାର ବେପାର ତା’ର କାୟା ବିସ୍ତାର କରିବାରେ ଲାଗିଲାଣି । ଆଗରୁ ଜଳେଶ୍ୱର ଏବଂ ବାଲେଶ୍ୱର ହଟ୍‌ସ୍ପଟ ଥିଲା । ଏଷବ ଦେଖିଫବାକୁ ମିଳୁଛି ଭୁବନେଶ୍ୱର, କଟପକ ଓ ଖୋର୍ଦ୍ଧା ଏସବୁ ଜାଗା ଧିରେ ଧିରେ ନୂଆ ନୂଆ ହବ୍ ପାଲଯିଗଲାଣି । ମାଲ୍ ଆସୁଛି। ଲୋକଙ୍କ ପାଖରେ କମିଶନ ଆକାରରେ ବିକ୍ରି ହେଉଛି । ବର୍ତ୍ତମାନ ଓଡ଼ିଶାରେ ଏହା ବଡ଼ ଚିନ୍ତାର କାରଣ ହୋଇଛି । ଦେଖିନ୍ତୁ ଯେତିକି ଧରାପଡ଼ୁଛି ସେଇଟା ନିରାଟ ସତ୍ୟ । କିନ୍ତୁ ଆଗରୁ ମଧ୍ୟ ଏହି ବେପାର ଚାଲୁଥିଲା କିନ୍ତୁ ଏତେ ପରିବାଣରେ ଧରାପଡ଼ୁନଥିଲା ।

ବତ୍ତର୍ମାନ ଯେତିକି ଧରାପଡ଼ୁଛି ଇଏ କିଛି ନୁହେଁ । ଏଇଟା ଗୋଟେ ମାଫିଆ ଇଣ୍ଡଷ୍ଟ୍ରୀ । ଏମାନଙ୍କୁ ଛୋଟ ଛୋଟ ଡିଲର ବା ଖୁଚୁରା ବେପାରୀଙ୍କୁ ଧରିଦେଲେ ଯେ, ବ୍ରାଉନ୍‌ସୁଗାର ଶେଷ ହୋଇଯିବ, ବ୍ରାଉନ୍‌ସୁଗାର ଆଉ ଆସିବ ନାହିଁ ତାହା ଅସମ୍ଭବ । ସୂଚନାଯୋଗ୍ୟ କଟକ ଓ ଭୁବନେଶ୍ୱରରେ ୫ମାସ ଭିତରେ ୭କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି । ୩୯ଜଣ ଗିରଫ ହୋଇଛନ୍ତି । ୪୦ଲକ୍ଷ ଟଙ୍କା ନଗତ କ୍ୟାସ୍ ଜବତ ହୋଇଛି । ଏଟିଏଫ୍ ତଥ୍ୟ କହୁଛି ସେମାନେ ୨୦୨୦ରୁ ଆଜି ପର୍ଯ୍ୟନ୍ତ ୩୮ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ କଲେଣି । ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କଲେଣି । ଗିରଫ ହେଉଛନ୍ତି । ବ୍ରାଉନ୍‌ସୁଗାର ଧରାପଡ଼ୁଛି । ହେଲେ ବେପାରୀ ପୁଣି ବେପାର କରିବାରେ ଲାଗିପଡ଼ିଛନ୍ତି । ଏନେଇ ରାଜ୍ୟରେ ମଧ୍ୟ ଆତଙ୍କ ଖେଳାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking