30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବନ୍ଦୀ କଏଦୀଙ୍କୁ ମୁକ୍ତ କଲା ତାଲିବାନ

ବନ୍ଦୀ କଏଦୀଙ୍କୁ ମୁକ୍ତ କଲା ତାଲିବାନ

କାବୁଲ : ଆଫଗାନିସ୍ତାନ ତାଲିବାନ ହାତକୁ ଯିବା ପରେ ଏବେ ନିଜ ମନ ମୁତାବକ ଶାସନ ଆରମ୍ଭ କରିଛି ତାଲିବାନ। ରାଷ୍ଟ୍ରପତି ଭବନକୁ କବଜା କରିବା ପରେ ପ୍ରଥମେ ତାଲିବାନ ଜେଲରେ ବନ୍ଦୀ ଥିବା ତାଲିବାନ ସଂଗ୍ରାମୀଙ୍କୁ ମୁକ୍ତ କରିଥିବା ସୂଚନା ମିଳିଛି । ଆଫଗାନିସ୍ତାନ ସେନା ଆତ୍ମସମର୍ପଣ କରିବା ପରେ ତାଲିବାନ ବାଗ୍ରାମ ଏୟାର ବେସରୁ ବନ୍ଦୀମାନଙ୍କୁ ମୁକ୍ତ କରିଛି। ବାଗ୍ରାମ୍ ଏୟାର ବେସରେ ପ୍ରାୟ ୫,୦୦୦ତାଲିବାନ ଏବଂ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ସଂଗ୍ରାମୀ ଥିଲେ ବୋଲି ଜଣାପଡ଼ିଛି। ଏହି ଖବର ଆସିବା ପରେ ଏବେ ଦେଶରେ ଆତଙ୍କବାଦୀ କ‌ାର୍ଯ୍ୟକଳାପ ବଢ଼ିବ ବୋଲି ଟ୍ବିଟରରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ ତାଲିବାନର କାର୍ଯ୍ୟକଳାପ ଦେଖି ଭାରତ ସରକାର ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ଦୁଇଟି ଏୟାରଇଣ୍ଡିଆ ବିମାନକୁ ପ୍ରସ୍ତୁତ ରଖିବାକୁ କହିଛନ୍ତି। ଆଜି ଏୟାରଇଣ୍ଡିଆ ବିମାନ ଦିଲ୍ଲୀରୁ ଉଡ଼ାଣ କରି ଦିିନ ୧୨.୩୦ରେ କାବୁଲରେ ପହଞ୍ଚିବ ବୋଲି ଜଣାପଡ଼ିଛି। ବିମାନଟି ରାତିି ୮.୩୦ରେ ଉଡ଼ାଣ କରିବାର ଥିଲା। କିନ୍ତୁ ପରିସ୍ଥିତିକୁ ଦେଖି ଏବେ ବିମାନକୁ ଶୀଘ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking