26.1 C
Bhubaneswar
Tuesday, May 7, 2024
Homeଓଡିଶା୧୮ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି : ଡିଏମଇଟି

୧୮ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି : ଡିଏମଇଟି

ଭୁବନେଶ୍ବର : ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ଶିଶୁଙ୍କ ସିଭିଅରିଟି କମ୍ ରହିଛି। ସଂକ୍ରମଣ ଉପରମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ। ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।ସେ କହିଛନ୍ତି,୧୮ ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇ ସାରିଲେଣି। ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଏଥିଲାଗି ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡ଼ିବ। ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ। ଆଗକୁ ୧୮ ବର୍ଷରୁ କମ୍ ବର୍ଷ ବୟସର ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

ଏହା ମଧ୍ୟରେ ଆଜି ୮୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୦୭ ଓ ସ୍ଥାନୀୟ ଅଞ୍ଚଳରୁ ୩୬୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୬ ଜଣ, ବାଲେଶ୍ୱରରୁ ୫୨ ଜଣ, ବରଗଡ଼ରୁ ୧୩ ଜଣ, ଭଦ୍ରକରୁ ୧୯ ଜଣ, ବଲାଙ୍ଗୀରରୁ ୮ ଜଣ, ବୌଦ୍ଧ ଜିଲ୍ଲାରୁ ୧ ଜଣ, କଟକରୁ ୧୫୪ ଜଣ, ଦେବଗଡ଼ରୁ ୬ ଜଣ, ଢେଙ୍କାନାଳରୁ ୧୫ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୨୩ ଜଣ, ଯାଜପୁରରୁ ୪୫ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ୧୨ ଜଣ, କେନ୍ଦ୍ରାପଡ଼ାରୁ ୨୬ ଜଣ, କେଉଁଝରରୁ ୧୦ ଜଣ, ଖୋର୍ଦ୍ଧାରୁ ୨୫୬ ଜଣ, ମାଲକାନଗିରିରୁ ୬ ଜଣ, ମୟୁରଭଞ୍ଜରୁ ୨୮ ଜଣ, ନୟାଗଡ଼ରୁ ୨୧ ଜଣ, ନୂଆପଡ଼ାରୁ ୬ ଜଣ, ପୁରୀରୁ ୨୧ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୩୯ ଜଣ, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ ପୁଲରୁ ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking