31.1 C
Bhubaneswar
Tuesday, April 30, 2024
Homeଖେଳଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ମୁମ୍ବଇ ଇଣ୍ଡିଆନ୍ସ

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ମୁମ୍ବଇ ଇଣ୍ଡିଆନ୍ସ

ମୁମ୍ବଇ : ଆଇପିଏଲ୍ ମହାସମର । ଆଜି ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଦୁଇ ଦଳ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ବିଜୟ ସହ ସ୍ଥିତିରେ ସୁଧାର ଆଣିବାକୁ ଉଦ୍ୟମ କରିବେ । ମୁମ୍ବଇ ଦଳର ତାରକା ବ୍ୟାଟ୍ସ ମ୍ୟାନ୍ ଭାବେ ରୋହିତ ଶର୍ମା ଓ ବେଙ୍ଗାଲୁରୁରେ ବିରାଟ କୋହଲି ରହିଛନ୍ତି। ଦୁଇ ତାରକାଙ୍କ ଭେଟ ରୋଚକ ମ୍ୟାଚ ହେବା ନେଇ କ୍ରିକେଟପ୍ରେମୀ ଆଶା ରଖୁଛନ୍ତି। ହାର୍ଦିକ ପାଣ୍ଡଙ୍କ ନେତୃତ୍ବାଧ୍ୱନ ମୁମ୍ବଇ ଇଣ୍ଡିଆନ୍ସ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ଭୋଗିଛି। ଦଳ ଗୁଜରାଟ ଟାଇଟାନ୍ସ, ସନରାଇଜର୍ସ ହାଇଦରାବାଦ୍ ଓ ରାଜସ୍ଥାନ ରୟାଲ୍‌ସ ନିକଟରୁ ପରାଜିତ ହୋଇଥିବାବେଳେ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌କୁ ୨୯ରନରେ ପରାଜିତ କରିଥିଲା। ବ୍ୟାଟିଂରେ ରୋହିତ ଶର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ, ତିଲକ ବର୍ମା,ଟିମ୍ ଡେଭିଡ଼ ଓ ରୋମାରିଓ ସେଫର୍ଡ ରହିଛନ୍ତି। ଶେଷ ମ୍ୟାଚରେ ସେଫର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲା । ସୂର୍ୟ୍ଯକୁମାର ଯାଦବ ଦଳକୁ ଫେରିଥିଲେ ମଧ୍ୟ ଦିଲ୍ଲୀ ବିପକ୍ଷରେ ଖାତା ଖୋଲିପାରିନଥିଲେ। ବୋଲିଂରେ ଯଶପ୍ରୀତ ବୁମ୍‌ରା, ଗାର୍ଲଡ କୋ, ମହମ୍ମଦ ନବି ଓ ପିୟୁଷ ଚାୱାଲା ରହିଛନ୍ତି। ଏହାବାଦ୍ ହାର୍ଦ୍ଦିକ ଓ ସେଫର୍ଡ ମଧ୍ୟ ବୋଲିଂ କରୁଛନ୍ତି । କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ଶେଷ ମ୍ୟାଚରେ ବିଜୟ ହାସଲ କରିଥିବା ମୁମ୍ବଇ ଉକ୍ତ ପ୍ରଦର୍ଶନକୁ ବଜାୟ ରଖୁ ନେଇ
ଉଦ୍ୟମ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking