29.1 C
Bhubaneswar
Saturday, April 27, 2024
Homeଓଡିଶା୩ଟି ପୁଅର ମା’ ଘରୁ ବିତାଡ଼ିତ, ସାହାହେଲେ ସମାଜସେବୀ

୩ଟି ପୁଅର ମା’ ଘରୁ ବିତାଡ଼ିତ, ସାହାହେଲେ ସମାଜସେବୀ

ରାଉରକେଲା :  ୩ଟି ସୁଯୋଗ୍ୟ ତଥା ସମାଜରେ ପ୍ରତିଷ୍ଠିତ ପୁଅଙ୍କ ମାଆ । ହେଲେ ଭାଗ୍ୟର ଲିଖନ ଥିଲା ଅନ୍ୟ ପ୍ରକାର ।  ଘରେ ପୁଅବୋହୁ ସେବା ପାଇବା ପରିବର୍ତ୍ତେ ମିଳିଲା ନିର୍ବାସନ ।  ପୁଅ ବୋହୁ  ଦାୟିତ୍ୱ ନେବେ ନାହିଁ ବୋଲି କହି  ମାଆକୁ ଲୁଗାପଟା ସହ ଘରୁ କାଢ଼ିଦେଲେ ।  ପ୍ରାୟ  ରାଉରକେଲା ମହାନଗରନିଗମ(ଆରଏମସି) ପାର୍କରେ ପଡ଼ି ରହିବା ପରେ    ଜନୈକ ସମାଜସେବୀଙ୍କୁ ଦୃଷ୍ଟିକୁ ଆସିଲେ । ଘଟଣାରେ ପୁଲିସ ହସ୍ତକ୍ଷେପ ପରେ ଓ ସମାଜସେବୀଙ୍କ ଉଦ୍ୟମକ୍ରମେ ବୃଦ୍ଧା ମହିଳାଙ୍କୁ ମୁଣ୍ଡ ଗୁଞ୍ଜିଜିବାକୁ ଶାନ୍ତିଭବନରେ  ସ୍ଥାନ ମିଳିଲା । ଏପରି  ହୃଦୟବିଦାରକ ତଥା  ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଝିରପାଣି ଥାନା ଠାରୁ ପ୍ରାୟ ୫୦ ମିଟରରେ ଥିବା ଉକ୍ତ ଆରଏମସି ଉଦ୍ୟାନରେ । ପରିଣତ ବୟସରେ ଘରୁ ବିତାଡ଼ିତ ହୋଇଥିବା ମହିଳା ହେଉଛନ୍ତି  ସହିଦା ବେଗମ(୭୫) । ସହିଦାଙ୍କ କହିବା ଅନୁସାରେ  ସେ ଜଣେ ପୂର୍ବତନ ଆରଏସପି କର୍ମଚାରୀଙ୍କ ପତ୍ନୀ ଅଟନ୍ତି । ତାଙ୍କ ବଡ଼ପୁଅ ବିଦେଶରେ  ସପତ୍ନୀକ ସହ ରୁହନ୍ତି । ସେହିପରି ଦ୍ୱିତୀୟ ପୁଅ କୋଏଲନଗର ଓ ଅନ୍ୟ ପୁଅ ରାଉରକେଲାରେ ରୁହନ୍ତି । ହେଲେ କେହି ମଧ୍ୟ ଦାୟିତ୍ୱ ନେବା ପାଇଁ  ଚାହିଁଲେ ନାହିଁ । କୋଣଠେସା ହୋଇରହିବା ପରେ ତାଙ୍କୁ ଘରୁ ବିତାଡ଼ିତ  ହେବାକୁ ପଡ଼ିଲା । ଅନ୍ୟ  ଉପାୟ ନ ପାଇ ସେ ଆରଏମସି ଉଦ୍ୟାନରେ ରହିଲେ । ମୁଣ୍ଡଫଟା ଖରା ଓ ଭୋକ ଉପାସରେ ସମୟ କଟିଲା । ସୌଭାଗ୍ୟବଶତଃ ସମାଜସେବୀ  ରାକେଶ ମହାନ୍ତି ପ୍ରାତଃଭ୍ରମଣକୁ ଯାଇଥିବା ବେଳେ ତାଙ୍କ ଉପରେ ନଜର ପଡ଼ିଲା । ସେ  ସିଲି ମହାନ୍ତି, ପ୍ରକାଶ ପାସୱାନ ଓ ଝୁନୁ ନାୟକଙ୍କୁ ଡାକି ବୃଦ୍ଧାଙ୍କୁ ନିକଟସ୍ଥ ଥାନାକୁ  ନେବା ଲାଗି ଇଚ୍ଛା ପ୍ରକାଶ କଲେ । ଥାନାକୁ ନେବା  ପରେ ବୃଦ୍ଧାଶ୍ରମ ଶାନ୍ତିଭବନକୁ ଯୋଗାଯୋଗ କରାଯାଇ ବୃଦ୍ଧାଙ୍କୁ ଛଡ଼ା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking