28.1 C
Bhubaneswar
Saturday, May 11, 2024
Homeଓଡିଶାମା’ବୈଷ୍ଣୋଦେବୀ ମନ୍ଦିରର ସଫେଇ : ଅଭିଯାନରେ ସାମିଲ ହେଲା ‘ହୋପ ଅଫ୍ ଲାଇଫ’

ମା’ବୈଷ୍ଣୋଦେବୀ ମନ୍ଦିରର ସଫେଇ : ଅଭିଯାନରେ ସାମିଲ ହେଲା ‘ହୋପ ଅଫ୍ ଲାଇଫ’

ରାଉରକେଲା : ପ୍ରଥମ ଥର ଲାଗି ସଫେଇ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ଦକ୍ଷିଣ ରାଉରକେଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋପ ଅଫ ଲାଇଫ । ରାଉରକେଲା ଦୁର୍ଗାପୁର ପାହାଡ଼ ଉପରେ ଥିବା ମା’ ବୈଷ୍ଣୋଦେବୀ ମନ୍ଦିରକୁ ଅନୁଷ୍ଠାନର ସଦସ୍ୟ ମାନେ ସଫସୁତରା କରିଥିଲେ । ଗତ ମାର୍ଚ୍ଚ ମାସରୁ ଓଡ଼ିଶା ସମେତ ରାଉରକେଲାରେ କରୋନା ମହାମାରୀ ଯୋଗୁ ଲକ ଡାଉନ, ସଟଡାଉନ ପ୍ରକିୟା ଜାରି ରହିଥିଲା । ଫଳସ୍ୱରୂପ ସହରର ସମସ୍ତ ଦେବାଳୟ ଗୁଡ଼ିକ ବନ୍ଦ ରଖାଯାଇ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ରଖାଯାଇଥିଲା । ଏହି କାରଣରୁ ଦୀର୍ଘ ୮ ମାସ ହେଲା ଉକ୍ତ ମନ୍ଦିରରେ ପତ୍ର, ଲଟା, ପାହାଚରେ ଶିଉଳି ଆଦି ଲାଗିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ଆଜି ପ୍ରାତଃ ୭ଟାରୁ ୧୧ ଘଟିକା ଯାଏ ହୋମ ଅଫ ଲାଇଫ ସଙ୍ଗଠନର ମୁଖ୍ୟ ଦିଲୀପ କୁମାର ବାରିକଙ୍କ ନେତୃତ୍ୱରେ ସଦସ୍ୟ ମାନେ ହାତରେ ଝାଡ଼ୁ ଧରି ଉକ୍ତ ମନ୍ଦିରର ୭୦୦ରୁ ଉର୍ଦ୍ଧ ପାହାଚ ଉପରେ ପଡ଼ିଥିବା ପତ୍ର ଗୁଡ଼ିକୁ ସଫାସୁତରା କରିଥିଲେ । ମହାମାରୀ କରୋନାକୁ ଅତଶୀଘ୍ର ବିଶ୍ୱରୁ ଦୂରିଭୂତ କରିବା ଲାଗି ଟିମର ସମସ୍ତ ସଦସ୍ୟ ମା’ ବୈଷ୍ଣୋଦେବୀଙ୍କ ନିକଟରେ ଆର୍ଶୀବାଦ ଭିକ୍ଷା କରିଥିଲେ । ଉକ୍ତ ମନ୍ଦିର ସଫେଇ କାର୍ଯ୍ୟକ୍ରମରେ ହୋପ ଅଫ ଲାଇଫର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ପଣ୍ଡା, ପ୍ରଭାତ ସେନାପତି ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରିମା ଷଡଙ୍ଗୀ, ଜୀବନ ଜ୍ୟୋତି, ସୁସ୍ମିତା ଦାସ, ରଶ୍ମୀ କୁମାରୀ, ମହେଶ ଶ୍ରୀରାମ, ରୁଦ୍ର ନାରାୟଣ, ବାପିନା ବେହେରା, ସୁନିଲ ଗୁପ୍ତା, ସୌରଭ ମହାପାତ୍ର, ପ୍ରଶାନ୍ତ ତରାଇ, ରାଜା ତିର୍କୀ, ପ୍ରଣୟ ବିଶ୍ୱାଳ ପ୍ରମୁଖ ସଫେଇ ଅଭିଯାନରେ ନିଜକୁ ସାମିଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking