30.1 C
Bhubaneswar
Wednesday, April 24, 2024
Homeଓଡିଶାଶ୍ରୀଚରଣ ସାମଲ ହେଲେ ବିଧାୟକଙ୍କ ୱେସ୍କୋ ପ୍ରତିନିଧି

ଶ୍ରୀଚରଣ ସାମଲ ହେଲେ ବିଧାୟକଙ୍କ ୱେସ୍କୋ ପ୍ରତିନିଧି

ରାଉରକେଲା : ଦକ୍ଷିଣ ରାଉରକେଲା ଉତ୍କଳନଗର ଅଂଚଳରେ ବାସ କରୁଥିବା ବିଜେଡ଼ି ନେତା ଶ୍ରୀଚରଣ ସାମଲଙ୍କୁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ତାଙ୍କର ୱେସ୍କୋ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ସାମଲ ବିଧାୟକଙ୍କ ୱେସ୍କୋ ପ୍ରତନିଧି ଭାବେ ଏଣିିକି ଦାୟିତ୍ୱ ତୁଲାଇବେ । ଦକ୍ଷିଣ ରାଉରକେଲା ସମେତ ଫର୍ଟିଲାଇଜର ଟାଉନସିପ ଓ ଲାଠିକଟା ବ୍ଲକର ୭ଟି ପଂଚାୟତରେ ଲାଗି ରହିଥିବା ବିଦ୍ୟୁତ ଜନିତ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ୱେସ୍କୋ ପ୍ରତିନିଧି ଶ୍ରୀଚରଣ ସାମଲ ଯତ୍ନବାନ ରହିବେ ବୋଲି ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି । ଏହି ନୂତନ ନିଯୁକ୍ତି ପାଇଁ ଶ୍ରୀ ସାମଲ ବିଧାୟକ ସୁବ୍ରତ ତରାଇଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।

ଦକ୍ଷିଣ ରାଉରକେଲା ଜୁଆଡ଼ିଙ୍କ ଭୂସ୍ୱର୍ଗ!

ରାଉରକେଲା : ଆଗକୁ ଆସୁଛି ପାର୍ବଣ ରୁତୁ । ବିଶେଷ କରି ଲକ୍ଷ୍ମୀ ପୂଜା ବହୁଦିନ ପୂର୍ବରୁ ଜୁଆ ଖେଳ ରାଉରକେଲା ସମତେ ଦକ୍ଷିଣ ରାଉରକେଲା ଅଂଚଳରେ ବୃଦ୍ଧି ପାଇଥାଏ । ମାତ୍ର ବିଗତ କିଛି ମାସ ହେଲା ସାରନଗରୀ ସମେତ ଜଲଦା, ଉପର ବାଲିଯୋଡ଼ି, ଟାଙ୍ଗରପାଲୀର କିଛି ବସ୍ତି, ଲାଠିକଟାର ଅଂଚଳର କିଛି ଗ୍ରାମାଂଚଳ ଓ ସହରତଳିବସ୍ତି ଜୁଆଡ଼ି ମାନଙ୍କ ଭୂସ୍ୱର୍ଗରେ ପରିଣତ ହୋଇଛି । ସଂଧ୍ୟା ସମୟରେ ସାରନଗରୀର ବୋଇତ ବନ୍ଦାଣ ପଡ଼ିଆ ଅନ୍ଧାରର ରାଜୁତି ହେବା ପରେ ସେଠାରେ ମୋବାଇଲ ଟର୍ଚ୍ଚ ମାଧ୍ୟମରେ ଜୁଆ ଖେଳ ଚାଲୁଥିବା ଅଭିଯୋଗ ହୋଇଛି । ସେହିପରି ସ୍ଥାନୀୟ ଅଂଚଳରେ ତାସ ଖେଳକୁ ଆଳ ଦେଖାଇ ଆଢୁଆଳରେ ଜୁଆଖେଳ ଚାଲୁଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଜୁଆଖେଳର ପ୍ରଭାବ କୋମଳମତି ବାଳକ ମାନଙ୍କ ଉପରେ ପଡ଼ୁଥିବାରୁ ସେମାନେ କୁପଥଗାମୀ ହେଉଛନ୍ତି । ଅନୂରୂପ ଭାବେ ମଧ୍ୟାହ୍ନ ସମୟରେ ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ଓଡ଼ିଆ ମାଧ୍ୟମ ଇସ୍ପାତ ବିଦ୍ୟାଳୟର ପରିତ୍ୟକ୍ତ କୋଠରୀ ଗୁଡ଼ିକରେ ଜୁଆଖେଳରେ ସ୍ଥାନୀୟ ଅଂଚଳର କିଛି ଯୁବକ ମଗ୍ନ ରହୁଥିବା ଅଭିଯୋଗ ହୋଇଛି । ଏହା ଛଡ଼ା ଅଂଚଳର କିଛି ନିଛାଟିଆ ସ୍ଥାନ ଗୁଡ଼ିକରେ ପୁଲିସକୁ ଚକମା ଦେଇ ଜୁଆଖେଳ ବୃଦ୍ଧି ପାଇଛି । ଜୁଆ ଖେଳରେ ଅନେକ ବାଜି ଲଗାଇ ହାରିବା ପରେ ସ୍ୱର୍ବଶ ହରାଉଛନ୍ତି । ଏହାକୁ ନେଇ ସମୟ ସମୟରେ ପରିବାର ମଧ୍ୟରେ କଳି ଝଗଡ଼ାର ସୂତ୍ରପାତ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୁଲିସ ଏଥିପ୍ରତି ଦୃଷ୍ଟିଦେଇ ଜୁଆ ଖେଳ ଉପରେ ଲଗାମ କଷିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking