29.1 C
Bhubaneswar
Saturday, April 27, 2024
Homeଓଡିଶାପୁରୀରେ ପହଂଚିଲା ରଥ ଦଉଡି

ପୁରୀରେ ପହଂଚିଲା ରଥ ଦଉଡି

ଭୁବନେଶ୍ୱର: ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ଆଉ ରହିଲା ମାତ୍ର ୨୨ ଦିନ । ଏନେଇ ଜୋରସୋରରେ ଆଗେଇ ଚାଲିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ କାମ । ରଥଯାତ୍ରା ପୂର୍ବରୁ ଆଜି ଓଡିଶା ସମବାୟ କତା ନିଗମ ପକ୍ଷରୁ ପୁରୀ ଶ୍ରୀ ମନ୍ଦିର କାର୍ଯ୍ୟାଳୟକୁ ପହଂଚିଛି ୨୦ଟି ଦଉଡି । ସେଥିମଧ୍ୟରୁ ୧୪ଟି ଦଉଡି ରଥଟଣା କାର୍ଯ୍ୟରେ ବ୍ୟବହୃତ ହେବ ଏବଂ ଅନ୍ୟ ୬ଟି ଦଉଡି କର୍ଡନ କାମରେ ଲାଗିବ ବୋଲି କୁହାଯାଇଛି । ଶ୍ରୀଜିଉଙ୍କ ରଥଯାତ୍ରା ଆଉ ୨୨ ଦିନ ପରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। କରୋନା ଭାଇରସ ମୁକାବିଲା ପାଇଁ ଏଥର ମହାପ୍ରଭୁଙ୍କ ରଥଯାତ୍ରାରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିପାରିବେ ନାହିଁ। ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସୀମିତ ସେବାୟତଙ୍କ ଜରିଆରେ ରଥଯାତ୍ରା ସଂପନ୍ନ ହେବ ବୋଲି ଘୋଷଣା ହୋଇଛି ।
ତେବେ ଆସନ୍ତାକାଲି ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀମନ୍ଦିରରେ ଆଜି ତ୍ରୟୋଦାଶୀ ତିଥିରେ ସେନାପଟା ଲାଗି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ପହଣ୍ଡି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking