33.1 C
Bhubaneswar
Saturday, April 27, 2024
Homeଖେଳଆଇପିଏଲ୍‌ରେ ରୋହିତଙ୍କ ଐତିହାସିକ ରେକର୍ଡ

ଆଇପିଏଲ୍‌ରେ ରୋହିତଙ୍କ ଐତିହାସିକ ରେକର୍ଡ

ହାଇଦ୍ରାବାଦ:  ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚ୍ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଛି । ଏହି ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ହିଁ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ରୋହିତ ଶର୍ମା ଏକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ବିରାଟ କୋହଲି ଓ ଏମ୍‌ଏସ୍ ଧୋନିଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି । ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିଜର ୨୦୦ତମ ମ୍ୟାଚ୍ ଖେଳିଛନ୍ତି । ଏହା ସହିତ ଆଇପିଏଲ୍‌ରେ ଗୋଟିଏ ଟିମ୍ ପକ୍ଷରୁ ୨୦୦ ମ୍ୟାଚ୍ ଖେଳିବାରେ ସେ ତୃତୀୟ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ବିରାଯ କୋହଲି ଓ ଏମ୍‌ଏସ୍ ଧୋନି ଏହି କୀର୍ତ୍ତିମାନ କରିସାରିଛନ୍ତି । ବିରାଟ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ୨୩୯ ମ୍ୟାଚ୍ ଖେଳିସାରିଥିବା ବେଳେ ଧୋନି ଚେନ୍ନାଇ ସୁପର୍ କିଙ୍ଗ୍‌ସ ପକ୍ଷରୁ ୨୨୨ ମ୍ୟାଚ୍‌ରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍‌ରେ ୨୦୦ ମ୍ୟାଚ୍ ଖେଳିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ୨୦୧୧ରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିବା ରୋହିତ ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ଟିମ୍‌ର ନେତୃତ୍ୱ ମଧ୍ୟ ସମ୍ଭାଳିଥିଲେ । ଏହି ଅବସରରେ ସେ ମୁମ୍ବାଇକୁ ପାଞ୍ଚଥର ଚାମ୍ପିଅନ୍ କରାଇଥିଲେ । ସେହିପରି ମୁମ୍ବାଇ ପାଇଁ ସେ ବର୍ତ୍ତମାନ ସୁଦ୍ଧା ୫୦୮୪ ରନ୍ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking