42.1 C
Bhubaneswar
Saturday, April 27, 2024
Homeଖେଳମହିଳା ଏସିଆ କପ୍ କାର୍ଯ୍ୟସୂଚୀ ଘୋଷିତ; ଜୁଲାଇ ୨୧ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମହିଳା ଏସିଆ କପ୍ କାର୍ଯ୍ୟସୂଚୀ ଘୋଷିତ; ଜୁଲାଇ ୨୧ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ: ଏସିଆନ୍ କ୍ରିକେଟ୍ କାଉନ୍‌ସିଲ୍ (ଏସିସି) ମହିଳା ଏସିଆ କପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟ୍ ଜୁଲାଇ ୧୯ରୁ ୨୮ ପର୍ଯ୍ୟନ୍ତ ଶ୍ରୀଲଙ୍କାର ଦାମ୍ବୁଲା ସହରରେ ଖେଳାଯିବ । ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ଜୁଲାଇ ୨୧ରେ ବ୍ଲକ୍‌ବଷ୍ଟର୍ ମୁକାବିଲା ହେବ । ମହିଳା ଏସିଆ କପ୍‌ର ଠିକ୍ ପରେ ପରେ ସେପ୍ଟେମ୍ବରରେ ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶରେ ଆୟୋଜିତ ହେବ । ଏପରି ସ୍ଥିତିରେ ଆଇସିସି ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ଏସୀୟ ଟିମ୍‌ଗୁଡ଼ିକ ପାଇଁ ଏସିଆ କପ୍ ପ୍ରସ୍ତୁତିର ଅନ୍ତିମ ସୁଯୋଗ ହେବ ।
୨୦୨୨ ଏସିଆ କପ୍ ବାଂଲାଦେଶରେ ଖେଳାଯାଇଥିବା ବେଳେ ଏଥିରେ ୭ଟି ଟିମ୍ ଭାଗ ନେଇଥିଲେ ଏବଂ ପ୍ରତ୍ୟେକ ଟିମ୍ ପରସ୍ପର ସହ ୬ଟି ମ୍ୟାଚ୍ ଖେଳିଥିଲେ । ଚଳିତ ଥର ଗୋଟିଏ ଟିମ୍ ବୃଦ୍ଧି କରାଯାଇ ଟିମ୍ ସଂଖ୍ୟା ୮ କରାଯାଇଛି । ଏଥିରେ ସବୁଠୁ ସଫଳ ଟିମ୍ ଭାରତ ବ୍ୟତୀତ ୨୦୧୮ ଚାମ୍ପିଅନ୍ ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ଥାଇଲାଣ୍ଡ୍‌, ମାଲେସିଆ ଏବଂ ୟୁଏଇ ଅଂଶଗ୍ରହଣ କରୁଛନ୍ତି । ଗ୍ରୁପ୍‌-ଏ’ରେ ଶ୍ରୀଲଙ୍କା, ବାଂଲାଦେଶ, ମାଲେସିଆ ଓ ଥାଇଲାଣ୍ଡ୍ ରହିଛନ୍ତି । ସେହିପରି ଗ୍ରୁପ୍‌-ବି’ରେ ଭାରତ, ପାକିସ୍ତାନ, ନେପାଳ ଓ ୟୁଏଇ ସ୍ଥାନ ପାଇଛନ୍ତି । ଜୁଲାଇ ୧୯ରେ ଉଦ୍‌ଘାଟନୀ ମ୍ୟାଚ୍ ଭାରତ ଓ ନେପାଳ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଦିନ ପାକିସ୍ତାନର ମୁକାବିଲା ୟୁଏଇ ସହିତ ହେବ । ଦୁଇଟି ଯାକ ନକ୍‌ଆଉଟ୍ ମ୍ୟାଚ୍ ଜୁଲାଇ ୨୬ ତାରିଖରେ ଖେଳାଯିବ । ସେହିପରି ଫାଇନାଲ୍ ମ୍ୟାଚ୍ ଜୁଲାଇ ୨୮ରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking