42.1 C
Bhubaneswar
Saturday, April 27, 2024
Homeଖେଳମିଆମି ଓପନ୍ ସେମିରେ ବୋପନ୍ନା-ଏବ୍‌ଡେନ୍ ଯୋଡ଼ି

ମିଆମି ଓପନ୍ ସେମିରେ ବୋପନ୍ନା-ଏବ୍‌ଡେନ୍ ଯୋଡ଼ି

ନୂଆଦିଲ୍ଲୀ:  ଭାରତର ମହାନ୍ ଟେନିସ୍ ତାରକା ରୋହନ ବୋପନ୍ନା ଏବଂ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବ୍‌ଡେନ୍ ନେଦରଲାଣ୍ଡ୍‌ସର ସେମ୍ ଭର୍ବିକ ଓ ଅଷ୍ଟ୍ରେଲିଆର ଜନ୍‌-ପାଟ୍ରିକ୍ ସ୍ମିଥ୍‌ଙ୍କୁ ହରାଇ ମିଆମି ଓପନ୍ ପୁରୁଷ ଡବଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହା ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ିଙ୍କ ଚଳିତ ବର୍ଷର ତୃତୀୟ ସେମିଫାଇନାଲ୍ । ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଥିବା ବୋପନ୍ନା-ଏବ୍‌ଡେନ୍ ପ୍ରଥମ ସେଟ୍‌ରେ ବହୁ ଅପ୍ରତ୍ୟାଶିତ ତ୍ରୁଟି କରିବା ପରେ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ୩-୬, ୭-୬ (୪), ୧୦-୭ରେ ଜିତିଛନ୍ତି । ଏହି ବିଜୟ ବର୍ତ୍ତମାନ ନଂ ୨ ର‌୍ୟାଙ୍କିଙ୍ଗ୍‌ରେ ଥିôବା ୪୪ ବର୍ଷୀୟ ବୋପନ୍ନାଙ୍କୁ ଏଟିପି ଡବଲ୍ସ ର‌୍ୟାଙ୍କିଙ୍ଗ୍‌ର ଟପ୍ ୧୦ରେ ବାଜୟ ରହିବାକୁ ସହାୟତା କରିବ । ଏହା ସହିତ ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କ ସିଧା ଯୋଗ୍ୟତା ଅର୍ଜନକୁ ନିଶ୍ଚିତ କରିବ । ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ି ସେମିଫାଇନାଲ୍‌ରେ ମାର୍ସେଲ୍ ଗ୍ରାନୋଲର୍ସ-ହୋରାସିଓ ଜେମାରୋସ୍ ଓ ଲୟଡ୍ ଗ୍ଲାସ୍‌ପୁଲ୍‌-ଜିନ୍ ଜୁଲିଏଲ୍ ରୋଜରଙ୍କ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବ । ଚଳିତ ବର୍ଷ ଜାନୁଆରୀରେ ବୋପନ୍ନା-ଏବ୍‌ଡେନ୍ ଯୋଡ଼ି ଆଡିଲେଡ୍ ଓପନ୍ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ । ତେବେ ଫାଇନାଲ୍‌ରେ ଆମେରିକାର ରାଜୀବ ରାମ ଓ ବ୍ରିଟେନ୍‌ର ଜୋଏ ସାଲିସ୍‌ବରୀଙ୍କଠାରୁ ପରାଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking