34.1 C
Bhubaneswar
Saturday, April 27, 2024
Homeଖେଳଶ୍ରୀଜେଶ୍ ଓ କାରାମ୍ ଏଫ୍‌ଆଇଏଚ୍ ଆଥ୍‌ଲେଟ୍ସ କମିଟି ସହ-ଅଧ୍ୟକ୍ଷ

ଶ୍ରୀଜେଶ୍ ଓ କାରାମ୍ ଏଫ୍‌ଆଇଏଚ୍ ଆଥ୍‌ଲେଟ୍ସ କମିଟି ସହ-ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତୀୟ ଗୋଲ୍‌କିପର୍ ପିଆର୍ ଶ୍ରୀଜେଶ୍ ଏବଂ ଚିଲି ମହିଳା ଟିମ୍ କ୍ୟାପ୍‌ଟେନ୍ କାମିଲା କାରାମ୍ ଏଫ୍‌ଆଇଏଚ୍‌ର ନୂଆ ଆଥ୍‌ଲେଟ୍ସ କମିଟିର ସହ-ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ବୁଧବାର ଏହି ଘୋଷଣା କରିଛି ।  ଏଫ୍‌ଆଇଏଚ୍ ଆଥ୍‌ଲେଟ୍ସ କମିଟି ଏକ ପରାମର୍ଶଦାତା ବଡି ଭାବେ କାର୍ଯ୍ୟ କରିଥାଏ ଏବଂ ଏଫ୍‌ଆଇଏଚ୍ କାର୍ଯ୍ୟକାରୀ ବୋର୍ଡ, ଏଫ୍‌ଆଇଏଚ୍ କମିଟି, ପରାମର୍ଶଦାତା ପ୍ୟାନେଲ୍ ଏବଂ ଅନ୍ୟାନ୍ୟ ବଡିକୁ ସୁପାରିସ କରିଥାଏ । ଏହି ନିଯୁକ୍ତିକୁ ନେଇ ଶ୍ରୀଜେଶ୍ କହିଛନ୍ତି, ଆଥ୍‌ଲେଟିକ୍ କମିଟିର ଅଂଶବିଶେଷ ହେବା ମୋ ପାଇଁ ଏକ ବଡ଼ ସମ୍ମାନ । ସହ-ଅଧ୍ୟକ୍ଷ ପଦ ଏକ ଅତିରିକ୍ତ ଦାୟିତ୍ୱ । ବିଶ୍ୱର ସମସ୍ତ ହକି ଖେଳାଳିଙ୍କ ଉନ୍ନତି ପାଇଁ କାମିଲା ଏବଂ ଆଥ୍‌ଲେଟିକ୍ କମିଟିର ସମସ୍ତ ସଦସ୍ୟଙ୍କ ସହ ମିଳିମିଶି କାମ କରିବାକୁ ଆଗ୍ରହୀ ।
ସହ-ଅଧ୍ୟକ୍ଷ ସମସ୍ତ ଆଥ୍‌ଲେଟ୍‌ଙ୍କ ପକ୍ଷରୁ ଏଫ୍‌ଆଇଏଚ୍‌କୁ ଫିଡ୍‌ବ୍ୟାକ୍ ଯୋଗାଇଥାଏ । ଏହା ମଧ୍ୟରେ ସଂସାଧନ ବିକାଶ ସହ ପ୍ରୋତ୍ସାହନ ଏବଂ ଆଥ୍‌ଲେଟ୍‌ଙ୍କ ସ୍ୱାସ୍ଥ୍ୟ ଓ ମଙ୍ଗଳ ନିମନ୍ତେ ଆଣ୍ଟି-ଡୋପିଙ୍ଗ୍‌, ସୋସିଆଲ୍ ମିଡିଆ, କ୍ୟାରିୟର୍ ପ୍ରସ୍ତୁତି ପାଇଁ ଉଦ୍ୟମ ଆଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ହକିର ବିକାଶ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଆଥ୍‌ଲେଟ୍‌ସ କମିଶନ୍ ଏବଂ ଅନ୍ୟ କ୍ରୀଡ଼ା ସଂସ୍ଥା ସୂଚନା ଆଦାନ ପ୍ରଦାନରେ କମିଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking