30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଇସ୍ରାଏଲ ଆକ୍ରମଣରେ ଗାଜାରେ ଏପର୍ଯ୍ୟନ୍ତ ୬ ଶିଶୁ ସମେତ ୨୪ ମୃତ, ୨୦୩ ଆହତ

ଇସ୍ରାଏଲ ଆକ୍ରମଣରେ ଗାଜାରେ ଏପର୍ଯ୍ୟନ୍ତ ୬ ଶିଶୁ ସମେତ ୨୪ ମୃତ, ୨୦୩ ଆହତ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗାଜା ଉପରେ ଇସ୍ରାଏଲ କ୍ରମାଗତ ଭାବେ ଆକ୍ରମଣ କରି ଚାଲିଛି । ଲଗାତାର ୨ୟ ଦିନରେ ଇସ୍ରାଏଲ ରକେଟ ଆକ୍ରମଣ କରିଛି । ପାଲେଷ୍ଟାଇନର ରକେଟ ଦକ୍ଷିଣ ଇସ୍ରାଏଲରେ ଖସିଛି । ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜାରେ ସର୍ବାଧିକ କ୍ଷତି ହୋଇଛି । ଅନେକ ଘର ଭସ୍ମ ହୋଇଯାଇଛି । ଉଭୟ ଦେଶ ମଧ୍ୟରେ ଦୀଘ ଦିନରୁ ଉତ୍ତେଜନା ଲାଗି ରହିଥିବା ବେଳେ ୧୪ ମାସ ପରେ ପରିସ୍ଥିତି ଆହୁରି ଖରା ଦିଗକୁ ଚାଲିଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ୬ ଜଣ ଶିଶୁଙ୍କ ସମେତ ମୋଟ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୦୩ ଜଣ ଆହତ ହୋଇଛନ୍ତି ।

ଇସ୍ରାଏଲ ତରଫରୁ ଲଗାତାର ଜନବସିତ ଅଞ୍ଚଳକୁ ଲକ୍ଷ୍ୟ କରି ରକେଟ ମାଡ଼ କରାଯାଉଛି । ସେହିପରି ଲଢୁଆ ବିମାନ ଗାଜାର ଚାରିପାଶ୍ୱର୍ରେ ଥିବା ଘରଦ୍ୱାରକୁ ଟାର୍ଗେଟ କରୁଛି । ଶନିବାର ଆକ୍ରମଣରେ ଏକ କାର କ୍ଷତି ହୋଇଛି । ଏଥିରେ ଥିବା ୭୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ ଜଣ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking