30.1 C
Bhubaneswar
Wednesday, April 24, 2024
Homeଅପରାଧସ୍କୁଲର ଶ୍ରେଣୀ ଗୃହକୁ ବାହାରୁ ବନ୍ଦ କରିଦେଉଥିଲା ଶିକ୍ଷକ, ନିଶା ଦେଇ କରୁଥିଲା ଛାତ୍ରୀଙ୍କ ଯୈାନ...

ସ୍କୁଲର ଶ୍ରେଣୀ ଗୃହକୁ ବାହାରୁ ବନ୍ଦ କରିଦେଉଥିଲା ଶିକ୍ଷକ, ନିଶା ଦେଇ କରୁଥିଲା ଛାତ୍ରୀଙ୍କ ଯୈାନ ଶୋଷଣ

ସୀତାପୁର : ଉତ୍ତରପ୍ରଦେଶର ସୀତାପୁର ସ୍ଥିତ ଏକ ସରକାରୀ ସ୍କୁଲରେ ଛାତ୍ରୀମାନଙ୍କୁ ନିଶା ଔଷଧ ଖୁଆଇ ଯୈାନ ଶୋଷଣ କରୁଥିବା ମାମଲା ସାମ୍ନାକୁ ଆସିଛି। ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ପିତା ଏହି ଅଭିଯୋଗ କି, ସ୍କୁଲରେ ଛାତ୍ରୀମାନଙ୍କୁ ନିଶା ଔଷଧ ଦିଆଯାଉଛି। ଏହାପରେ ଯୈାନ ନିର୍ଯ୍ୟାତନା କରାଯାଉଛି। ଏହା ସହିତ ଛାତ୍ରୀମାନଙ୍କ ଅଶ୍ଳୀଳ ଭିଡ଼ିଓ ମଧ୍ୟ କରାଯାଉଛି ବୋଲି ଅଭିଯୋଗ ହୋଇଛି।

ଏହି ଘଟଣା ରାଜକୀୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଘଟିଛି। ପୀଡ଼ିତାଙ୍କ କହିବାନୁଯାୟୀ, ସ୍କୁଲରେ ଜଣେ ମହିଳା କର୍ମଚାରୀଙ୍କ ସାହାଯ୍ୟରେ ଏହି ଅଞ୍ଚଳର ରହୁଥିବା ଦବଙ୍ଗଗିରିମାନେ ବି ସ୍କୁଲ ଛାତ୍ରୀଙ୍କ ସହିତ ଯୈାନ ଶୋଷଣ କରିଥାନ୍ତି। ଏହାର ଭିଡ଼ିଓ ମଧ୍ୟ ତିଆରି କରାଯାଉଛି। ଯେତେବେଳେ ଛାତ୍ରୀମାନେ ବିରୋଧ କରିଥାନ୍ତି ସେମାନେ ସେହି ଭିଡ଼ିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥାନ୍ତି। ସ୍କୁଲ ଶିକ୍ଷକ ମଧ୍ୟ ବାହାରୁ କବାଟ ବନ୍ଦ କରି ଦେଇ ଚାଲିଯାଆନ୍ତି। ଛାତ୍ରୀଙ୍କ ଅଭିଯୋଗ ପରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking