33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମର୍ମନ୍ତୁଦ ସଡକ ଦୁର୍ଘଟଣା; ଯୁବକ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା; ଯୁବକ ମୃତ

ଯାଜପୁର:  ଆଜି ଯାଜପୁର ଜିଲ୍ଲା ର କୋରେଇ ଥାନା ଅନ୍ତର୍ଗତ କୋଡିଏ ନମ୍ବର ଜାତୀୟ ରାଜପଥର ବେଣାପୁର ଗୋଲେଇଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ମାରଥା ପୁର ଗ୍ରାମ ର ବୋଲି ଯଣା ପଡିଛି। ସେ ଯାଜପୁର ରୋଡ ରୁ ପାଣିକୋଇଲି ଯାଉଥିବା ସମୟରେ ଏକ ଟ୍ରକ ଧକ୍କାଦେଇ ଦୃତ ଗତି ରେ ପଳାଇଯାଇଥିଲା ଘଟଣା ସ୍ଥଳ ରେ ଯୁବକ ଜଣଙ୍କର ମୃତ ହେଇଥିଲା। ଏହିଛକଟି ନିର୍ମାଣ ତୃଟିପୂର୍ଣ୍ଣ ପାଂଚୋଟି ରାସ୍ତା ସଂଯୋଗ କରୁଥିବା ରୁ ପ୍ରତି ମାସରେ ଦୁର୍ଘଟଣା ମାନ ଘଟୁଛି। ମୃତ ବ୍ୟକ୍ତି ଙ୍କ କ୍ଷତି ପୂରଣ ଗୋଲେଇଛକ ରେ ଟ୍ରାଫିକ ନିୟତଣ ପାଇଁ ସିଂଗିନାଲ ବ୍ୟବସ୍ଥା କରିବା ଦାବିନେଇ ସ୍ଥାନୀୟ ଲୋକ ମାନେ ଏକ ଘଣ୍ଟା ଧରି ରାସ୍ତା ରୋକ୍ ଆନ୍ଦୋଳନ କରିଥିଲେ। ଖବର ପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ବୁଝା ସୁଝା କରି ରାସ୍ତା ରୋକ୍ ହଟାଇଥୀଲେ । ଯାନବାହନଚଳାଇଥିଲେ। ଶବ ଟିକୁ ବେବଯେଦ ପାଇଁ ଦାନଗଦା ମେଡିକାଲ କୁ ପଠାଇ ଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ ଟିକୁ ପୋଲିସି ପଖୋଜିବା ପାଇଁ ଚେଷ୍ଟା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking