32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ପୈତୃକ ସମ୍ପତିକୁ ନେଇ ଭାତୃ ବିବାଦ ଲାଗି ରହିବ । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତନ ହୋଇପାରେ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳାମାନେ ଖୁସିରେ ସମୟ କାଟିବେ ।

ବୃଷ : ଆଜି ଆପଣଙ୍କ ପାଇଁ ଶୁଭପ୍ରଦ ନୁହେଁ । କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ କରିବେ । ପରିବାରରେ ଶାନ୍ତି ରହିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି ।

ମିଥୁନ : କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ । ସ୍ୱାସ୍ଥ୍ୟପ୍ରତି ବିପଦ ଦେଖାଦେବ । ଶନିଗ୍ରହକୁ ପୂଜା କଲେ ବିପଦରୁ ରକ୍ଷାପାଇଯିବେ । ଦେବଦର୍ଶନ ମିଳିବ । କର୍ମତତ୍ପରତା ହେବେ ।

କର୍କଟ : ନୂତନ ବନ୍ଧୁ ଦର୍ଶନରେ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ବ୍ୟବସାୟରେ ଉନ୍ନତି ଦେଖାଦେବ । ପିତୃମାତୃଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ଅଛି ।

ସିଂହ : କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସୁଯୋଗ ରହିଛି । ବ୍ୟବସାୟରେ ଲାଭବାନ୍ ହେବେ । ବହୁ କ୍ଷୟକ୍ଷତି ହୋଇପାରେ । ବନ୍ଧୁ ସହିତ ଯୋଗାଯୋଗ କରିବେ । ଅର୍ଥ ମିଳିପାରିବ ।

କନ୍ୟା : ନୂଆ ନୂଆ କାର୍ଯ୍ୟପନ୍ଥା ପ୍ରତି ମନଯୋଗ ଦେବେ । ଚାକିରୀକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭବାନ୍ ହେବେ । ବନ୍ଧୁ ସହିତ ଯୋଗାଯୋଗ କରିବେ ।

ତୁଳା : କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ଶତ୍ରୁମାନେ ବିରୁଦ୍ଧାଚରଣ କରିବେ । ପରିବାରବର୍ଗ ଶାନ୍ତିରେ ଜୀବନଯାପନ କରିବେ ।

ବିଛା : ପରିବାରରେ କଳହ ସୃଷ୍ଟି ହେବ । ଶରୀର ସୁସ୍ଥ ରହିବ । ବ୍ୟବସାୟରେ ସାମାନ୍ୟ ଅବନତି ଘଟିବ । କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସହ ମନାନ୍ତର ଘଟିପାରେ ।

ଧନୁ : ଆଜି ଭାଇମାନଙ୍କ ସହ ମନମାଳିନ୍ୟ ହେବ । ବିଳାସ ଦ୍ରବ୍ୟ ପାଇ ପାରନ୍ତି । ପରିବାରରୁ କଷ୍ଟ ମିଳିବ । କର୍ମଧାରାରେ ଉନ୍ନତି ହେବେ । ଅନୁଭୂତି ଓ ଦକ୍ଷତା ବଢ଼ିବ । ଆୟକ୍ରମେ କମିବ ।

ମକର : ଆମୋଦ ପ୍ରମୋଦ ପ୍ରତି ଆକର୍ଷଣ ବଢ଼ିବ । ଶାରୀରିକ ବ୍ୟଥା ଭୋଗିବେ । ବିଦ୍ୟା ପ୍ରତି ଆଗ୍ରହ ବଢ଼ିବ । ଅର୍ଥାଭାବ ଅନୁଭବ କରିବେ । ମନରେ କଳ୍ପନା ସଫଳ ହେବ ।

କୁମ୍ଭ : ଆଜି କାର୍ଯ୍ୟକ୍ଷେତ୍ରରେ ପରିବର୍ତନ ଘଟିବ । ଶତ୍ରୁମାନଙ୍କ ଦ୍ୱାରା କଷ୍ଟ ଭୋଗିବେ । ଅଚାନକ ଲାଭ ଯୋଗ ଅଛି । ଶତ୍ରୁଭୟ ବଢ଼ିବ। କର୍ମ ଚଂଚଳ ହେବେ ।

ମୀନ : କାର୍ଯ୍ୟରେ ବାଧା ସୃଷ୍ଟି ହେବ । ସ୍ତ୍ରୀ ସହ ଦୂର ଯାତ୍ରା କରିବାର ଯୋଗ ଅଛି । ନୂତନ ଅଭିଜ୍ଞା ଲାଭ କରିବେ । ଚିନ୍ତାରୁ ମୁକ୍ତି ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking