39.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗରକ୍ଷକ ଯେବେ ଭକ୍ଷକ ସାଜେ ... କୋଭିଡ କେଆର ସେଣ୍ଟରରେ ଆୟୁଷ ଡାକ୍ତରଙ୍କ ଦ୍ୱାରା...

ରକ୍ଷକ ଯେବେ ଭକ୍ଷକ ସାଜେ … କୋଭିଡ କେଆର ସେଣ୍ଟରରେ ଆୟୁଷ ଡାକ୍ତରଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଅଭିଯୋଗ; କାହା ଚାପରେ ପୋଲିସ, ଚିକିତ୍ସା ଅଧୀକାରୀ ଚୁପ ବସିଛନ୍ତି

ବଲାଙ୍ଗୀର : ଏହି ମାସ ଗତ୪ ତାରିଖରେ ସ୍ଥାନିୟ କୋଭୀଡ କେଆର ସେନ୍ଟରରେ ଜଣେ ମହିଳା ରୋଗିଙ୍କୁ, କାର୍ଯ୍ୟରତ ଆୟୁଷ ଡାକ୍ତର ଅସଦାଚାରଣ କରିବା ସହିତ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗ ହୋଇଥିଲା । ଘଟଣା ସମୟରେ ଉକ୍ତ ମହିଳାଙ୍କ ଚିକ୍ରାର ଶୁଣି ଉପସ୍ଥିତ ଲୋକ ମାନେ ଡାକ୍ତରଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ପ୍ରଚୁର ମାଡ ଖାଇବା ପରେ ଡାକ୍ତର ଜଣକ କୁକର୍ମ ସ୍ୱୀକାର କରିବା ସହ କାନ ଧରି ଉଠବସ୍ ମଧ୍ୟ ହୋଇଥିଲେ । ପରେ ପରେ ଉତ୍ୟକ୍ତ ଲୋକେ ପୋଲିସକୁ ଡାକି ଡାକ୍ତରଙ୍କୁ ଜିମା ଦେଇଥିଲେ । ଯାହାର କିଛି ଫଟୋ ଏବେ ବିଭିନ୍ନ ଗଣ ମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି । ତେବେ ପୋଲିସ ଡାକ୍ତରଙ୍କୁ ଥାନାକୁ ଆଣି ଘଟଣା ବିଷୟରେ ଜେରା କରିଥିଲ।। କିନ୍ତୁ, ବଲାଙ୍ଗିର ପୋଲିସ କଥା ତ ବଡ ଘର ବଡ ଗୁମର କଥା । କଣ ହେଲା କେଜାଣି ଡାକ୍ତରବାବୁଙ୍କୁ ଛାଡି ଦିଆ ଯାଇଥିବା ସୁଚନା ମିଳିଛି ।
ତେବେ ଏ ଭିତରେ ଆଠ ଦିନ ବିତି ଗଲାଣି , ପ୍ରଶାସନ ପୋଲିସ ଚୁପ ବସିଛି । ତଦନ୍ତକାରି ଡାକ୍ତରଙ୍କ ପକ୍ଷରୁ ଘଟଣା ର ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ଦିଆ ଯାଇ ନଥିବା ବେଳେ, ପୋଲିସ ଏବେ ଘଟଣାରେ ଉଭୟ ପକ୍ଷର କୌଣସି ଅଭୀଯୋଗ ନଥିବା ପ୍ରକାଶ କରିବା ଘଟଣାରେ ବଳ ପ୍ରୟୋଗ କରି ପିଡିତାଙ୍କ ମୁହଁ ବନ୍ଦ କରାଯାଇଥିବା ଆଶଙ୍କା କୁ ଆହୁରି ବଢାଉଛି ବୋଲି କିଛି ରୋଗିଙ୍କ ପରିଜନ ପ୍ରକାଶ କରିଛନ୍ତି । ସେହିପରି ଥାନା ଅଧୀକାରୀ ବିନା ତଦନ୍ତରେ ଅଭୀଯୁକ୍ତଙ୍କୁ ଛାଡିଦେବା , ଘଟଣାକୁ ଆଠଦିନ ପୁରି ଗଲା ପରେ ମଧ୍ୟ କୌଣସି ତଦନ୍ତ ରିପୋର୍ଟ ନ ଆସିବା , ତଦନ୍ତକାରୀ ଡାକ୍ତର ଜଣକ ପ୍ରଥମ ଦିନ ଗଣ ମାଧ୍ୟମ ଆଗରେ ଘଟଣାର ସତ୍ୟାସତ୍ୟ ଶ୍ୱୀକାର କଲା ପରେ, ଏବେ ଘଟଣାକୁ ଭିନ୍ନ ରୁପ ଦେବା, ଆହୁରି ଉପରୋକ୍ତ ଘଟଣା ରେ ଗଣମାଧ୍ୟମ ମୁହଁ ବନ୍ଦ ରଖିବା ଏହି ଘଟଣାରେ କେହି ପ୍ରଭାବଶାଳିଙ୍କ ସ୍ୱାର୍ଥ ଓ ପ୍ରଭାବ ଥିବା ଶ୍ପଷ୍ଟ କରୁଛି । ଏପରିକି ଏହି ଘଟଣାର ଅନୁସନ୍ଧାନ ସମୟରେ ବିଭିନ୍ନ ଦିଗରୁ ଆମ ପ୍ରତିନିଧୀଙ୍କ ଉପରେ ବିଭିନ୍ନ ଦିଗରୁ ଚାପ ପ୍ରୟୋଗ କରିବା ସନ୍ଦେହକୁ ଆହୁରି ଘନିଭୁତ କରୁଛି । ତେବେ ଏଠି ପ୍ରଶ୍ନ ଉଠେ, ଯଦି ପ୍ରକୃତରେ ୪ ତାରିଖ ରାତିରେ କୋଭିଡ କେଆର ସେନ୍ଟରରେ କିଛି ହୋଇନଥିଲା , ତେବେ ଭାଇରାଲ ହୋଇଥିବା ଡାକ୍ତର ବାବୁଙ୍କ ଏହି ଫଟୋ ଟି କିପରି ଓ କୋଉ ପରିସ୍ଥିତିରେ ଉଠିଲା । କ୍ରମଶଃ………..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking