27.1 C
Bhubaneswar
Wednesday, May 8, 2024
Homeଅପରାଧଅଶାନ୍ତ ଶ୍ରୀକ୍ଷେତ୍ର; ଗୁରୁକୃପା ଆଶ୍ରମରେ ବାବାଙ୍କୁ ହତ୍ୟା, ଜଣେ ଆହତ

ଅଶାନ୍ତ ଶ୍ରୀକ୍ଷେତ୍ର; ଗୁରୁକୃପା ଆଶ୍ରମରେ ବାବାଙ୍କୁ ହତ୍ୟା, ଜଣେ ଆହତ

ପୁରୀ : ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଶ୍ରୀକ୍ଷେତ୍ର । ପୁରୀ ବାସେଳିସାହି ଥାନା ଗୁରୁକୃପା ଆଶ୍ରମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟାକରିଛି । ସେହିପରି ଅଭିଯୁକ୍ତ ବାବା ଆଉ ଜଣେ ବାବାଙ୍କ ମୁଣ୍ଡରେ ଇଟା ଛେଚି ତାଙ୍କୁ ଗୁରୁତର ଆହତ କରିଛି । ମୃତ ବାବା ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଜୁନ ଦାସ । ତେବେ ଆହତ ବାବା ଦୟାନିଧି ଦାସଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ବାବା ଜଣକ ହେଲେ ବିଷ୍ଣୁ ଓରଫ୍ ରବୀନ୍ଦ୍ର ଜେନା । ଆଶ୍ରମରେ ରହୁଥିବା ସାଧୁମାନଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ବିଷ୍ଣୁ ବାବା ଶୁକ୍ରବାର ଅପରାହ୍ଣରେ ବାହାରୁ ନିଶାଖାଇ ଆଶ୍ରମକୁ ଆସିଥିଲେ । ପରେ ଆଶ୍ରମର ଉପର ମହଲା ଏକ କୋଠରୀରେ ଶୋଇଥିବା ଅର୍ଜୁନ ବାବାଙ୍କୁ କାଠଫାଳିଆରେ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ ।

ଅତି ନିର୍ମମ ଭାବେ କାଠଫାଳିଆରେ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିବାରୁ ଅର୍ଜୁନ ବାବାଙ୍କର ମୃତ୍ୟୁ ହୋଇଥିଲା । ପରେ ରକ୍ତମୁଖା ହୋଇପଡ଼ିଥିବା ଅଭିଯୁକ୍ତ ବିଷ୍ଣୁ ବାବା ଆଉ ଜଣେ ବାବା ବାବା ଦୟାନିଧି ଦାସଙ୍କୁ ମଧ୍ୟ ଇଟାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ବିଷୟରେ ଆଶ୍ରମର ଅନ୍ତେବାସୀମାନେ ବାସେଳିସାହି ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ଏସ୍ପି, ଅତିରିକ୍ତ ଏସ୍‌ପି ଓ ସିଟି ଡିଏସ୍‌ପି ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଏନେଇ ବାସେଳିସାହି ଥାନାରେ ମାମଲା ରୁଜୁ ହୋଇଛି । ପୁଲିସ ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ଥାନାରେ ଅଟକ ରଖିଛି । ପଚରାଉଚରା କରାଯିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟହେବ ବୋଲି ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ଆସନ୍ତା ୩୦ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ଏସ୍‌ପି ଡ. ସିଂ ସିଟି ଡିଏସ୍‌ପି ଏବଂ ବାସେଳିସାହି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking