31.1 C
Bhubaneswar
Sunday, May 19, 2024
Homeଅପରାଧଫେସ୍‌ବୁକ୍‌ରେ ଆପତ୍ତିଜନକ ପୋଷ୍ଟକରି ଯୁବକ ଗିରଫ

ଫେସ୍‌ବୁକ୍‌ରେ ଆପତ୍ତିଜନକ ପୋଷ୍ଟକରି ଯୁବକ ଗିରଫ

ଖୋର୍ଦ୍ଧା : ନିଜର ଫେସ୍‌ବୁକ୍ ଆକାଉଣ୍ଟରେ ଧାର୍ମିକ ଭାବନା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧାଦେବା ପରି ଆପତ୍ତିଜନକ ତଥ୍ୟ ପୋଷ୍ଟକରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଗ୍ରାମରେ ଏହି ଅଭାବନୀୟ ଘଟିଛି । ଅଭିଯୁକ୍ତ ମୁକୁନ୍ଦପ୍ରସାଦ ଗ୍ରାମର ହବିବ ଖାନ (୨୫) । ପ୍ରକାଶଥାଉକି ଚଳିତ ମାସ ୨୪ତାରିଖ ଦିନ ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଗ୍ରାମରେ ଗୋହତ୍ୟା ଅଭଯୋଗରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ପୁଲିସ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ଏକ ଶାନ୍ତିକମିଟି ଗଠନ କରାଯାଇଥିଲା ।

ଉକ୍ତ ଘଟଣାକୁ ନେଇ ଯଦି କୌଣସି ବ୍ୟକ୍ତି ଅଶାନ୍ତ ବାତାବରଣ ସୃଷ୍ଟିକରିବା ପାଇଁ ପୁନଶ୍ଚ କିଛି ଉତ୍ତେଜନାମୂଳକ କାର୍ଯ୍ୟକରେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାନ୍ତିକମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ମାତ୍ର ଉକ୍ତ ଘଟଣା ସମ୍ପର୍କିତ ଗିରଫ ଯୁବକ ଜଣକ ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଆପତ୍ତିଜନକ ପୋଷ୍ଟ କରିଥିଲା । ଯାହା ଧାର୍ମିକ ଭାବନା ତଥା ସାମ୍ପ୍ରଦାୟିକ ସମନ୍ୱୟରେ ବାଧାଦେବା ଦେବାରେ ସହାୟତା ହୋଇଥାନ୍ତା । ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ବାସୁଦେବ ଜୟସିଂହଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରାଯାଇ ଆଦର୍ଶ ଥାନା ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଶେଷରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବାରେ ଟିମ୍ ସଫଳ ହୋଇଥିବା ଏସ୍‌ଡିପିଓ ଦିଲ୍ଲୀପ କୁମାର ଦାସ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking