28.1 C
Bhubaneswar
Saturday, April 27, 2024
Homeଓଡିଶାଏକାମ୍ର କ୍ଷେତ୍ରର ବିକାଶ ପାଇଁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଏକାମ୍ର କ୍ଷେତ୍ରର ବିକାଶ ପାଇଁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୁଣା ଭୁବନେଶ୍ୱର : ଐତିହାସିକ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଶ୍ରୀମନ୍ଦିର ପରେ ଏବେ ଶ୍ରୀ ଲିଙ୍ଗରାଜ ମନ୍ଦର ଚତଃୁପାଶ୍ୱର୍ରୁ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ଲକଡ଼ାଉନ ପାଇଁ ବନ୍ଦ ରହିଥିବା ଉଚ୍ଛେଦ ପ୍ରକ୍ରିୟା ପୁଣି ଗତ କାଲିଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମନ୍ଦିରର ଦକ୍ଷିଣ ପୂର୍ବ କୋଣରେ ଥିବା ହାଟସାହି ଅଞ୍ଚଳର ପୁରୁଣର ବେସରକାରୀ ଘର ଗୁଡ଼ିକୁ ଭାଙ୍ଗି ଦିଆଯାଇଛି ।

ସୂଚନାନୁସାରେ ପ୍ରଥମ ପର‌୍ୟ୍ୟାୟରେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିକଡ଼ରୁ ଜବରଦଖଲ ଉଚ୍ଛେଦ ସରିଛି। ଏହି ପ୍ରକଳ୍ପ କାମ ପୁଣି ଚାଲୁ ରହିବ ବୋଲି ଗତ ମାସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆଜିଠାରୁ ବେସରକାରୀ ସ୍ଥାୟୀ ଘର ଭଙ୍ଗା କାମ ଚାଲିଛି। ତେଣୁ ମନ୍ଦିର ଚାରିପଟ ରାସ୍ତା ଚଉଡ଼ା କରିବା ପାଇଁ ହାଟ ସାହିର ଏକ ସ୍ଥିତିବାନ ପ୍ଲଟରେ ଥିବା ଘରକୁ ଭଙ୍ଗା ଯାଇଛି। ଯେଉଁମାନେ ପ୍ରଶାସନକୁ ଜମି ହସ୍ତାନ୍ତର କରିଛନ୍ତି ଓ କ୍ଷତିପୂରଣ ପାଇସାରିଛନ୍ତି, ସେମାନଙ୍କ ଜମିକୁ ଆଗ କବ୍ଜାକୁ ନିଆଯିବ ବୋଲି କୁହାଯାଇଛି। ଗତ ମାସ ୨୯ତାରିଖରେ ବିଏମ୍ସି ହସ୍ପିଟାଲ ପଛପଟେ ଦୁଇଟି ପରିବାର ଘର ଖାଲି କରାଯିବା ପରେ ଉକ୍ତ ଘରକୁ ଭାଙ୍ଗି ଜମି ନିଆଯାଇଥିଲା। ଆଜି ବିଏମ୍ସି ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ ଏବଂ ଡେପୁଟି କମିସନର କମଲ୍ଜିତ୍ ଦାସଙ୍କ ସମେତ ବିଏମ୍ସିର ଇଞ୍ଜିନିୟରିଂ ଓ ଜମି ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଉଚ୍ଛେଦ କାର‌୍ୟ୍ୟ ତଦାରଖ କରିଥିଲେ। ଉଭୟ ପଟୁ ରାସ୍ତାକୁ ସିଲ୍ କରି ବୁଲ୍ଡୋଜର ସାହାଯ୍ୟରେ ଘରକୁ ଭଙ୍ଗା ଯାଇଥିଲା। ଘଟଣାସ୍ଥଳରେ ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଥିଲା। ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଏହି କାମ ଚାଲିଥିଲା।
ଶ୍ରୀଲିଙ୍ଗରାଜ ମନ୍ଦିରର ନିକଟରେ ଥିବା ବିଏମ୍ ହାଇସ୍କୁଲ ରାସ୍ତା ପାର୍ଶ୍ବକୁ ରହିଛି ପୁରୁଣା ଗଣେଶ ମନ୍ଦିର। ଏହି ମନ୍ଦିର ବହୁ ପୁରାତନ। ଉଚ୍ଛେଦ ହେବାକୁ ଥିବା ଅଂଶରେ ଏହି ମନ୍ଦିର ପଡ଼ୁଛି। ତେଣୁ ଏହାକୁ ଭଙ୍ଗା ଯିବ। ତେଣୁ ମନ୍ଦିରରେ ଥିବା ମୂର୍ତ୍ତିକୁ ବିଦ୍ୟାଳୟ ପରିସରକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଧାନଶିକ୍ଷକ କହିଛନ୍ତି। ସ୍କୁଲ ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ମନ୍ଦିର ନିର୍ମାଣ କରାଯିବ ଓ ବିନ୍ଦୁସାଗରରୁ ମିଳିଥିବା ଏହି ସୁନ୍ଦର ମୂର୍ତ୍ତିକୁ ସ୍ଥାପନା କରାଯିବ ବୋଲି ସୂଚନା ମିଳିଛି। ସେହିଭଳି ବିଦ୍ୟାଳୟ ପରିସରରେ ରାସ୍ତା କଡ଼କୁ ରହିଛି ୨୦ଟି ପୁରୁଣା ଗଛ। ଏହି ଗଛ ଗୁଡ଼ିକ ରାସ୍ତା ପାଇଁ ବଳି ପଡ଼ିବ। ରାସ୍ତା ପ୍ରଶସ୍ତିକରଣ ପାଇଁ ଏହି ଗଛଗୁଡ଼ିକୁ କଟାଯିବ ବୋଲି ଜଣାପଡ଼ିଛି। ଗଛଗୁଡ଼ିକୁ ସୁରକ୍ଷିତ ରଖିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଛି।ତେବେ ଲିଙ୍ଗରାଜମନ୍ଦିରର ଚତୁଃପାଶ୍ୱର୍ରୁ ଏବେ ଲୋକେ ଘର ଓ ଦୋକାନ ଘର ଖାଲି କରୁଥିବାର ଦେଖିବାକୁ ମିଳିଛି । ଲିଙ୍ଗରାଜ ମନ୍ଦିର ରୁ ବିନ୍ଦୁସାଗର ପର୍ଯ୍ୟନ୍ତ ଥିବା ରାସ୍ତାରେ ଦୋକାନ ଘର ଗୁଡ଼ିକ ମଧ୍ୟ ଉଚ୍ଛେଦ ଅନ୍ତର୍ଭୁକ୍ତ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking