28.1 C
Bhubaneswar
Saturday, April 20, 2024
Homeଅପରାଧଗାଁ ଦାଣ୍ଡରେ ରେ ଭାଇବହୁ କୁ ପିଟିଲା  ଦେଢ଼ସୁର

ଗାଁ ଦାଣ୍ଡରେ ରେ ଭାଇବହୁ କୁ ପିଟିଲା  ଦେଢ଼ସୁର

ଯାଜପୁର : କେନ୍ଦ୍ର ସରକାର ଙ୍କ  ବେଟି ପଢ଼ାଓ ବେଟି ବଚାଓ ରାଜ୍ୟ ଙ୍କ  ମା କୁ ସମ୍ମାନ ଗାଁ କୁ କାମ ସେହି ମା ହେଉ ଵା ବେଟି ଗାଁ ଦାଣ୍ଡରେ ଅସମ୍ମାନ ର ଅଭାବିନୀୟ ଦୃଶ୍ୟ ଦେଖିବା କୁ ମିଳିଛି  ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ନିଜାମପୁର ପଞ୍ଚାୟତ ନୂଆପାଟଣା ଗ୍ରାମରେ ଘଟିଛି ରବିବାର ସନ୍ଧ୍ୟାରେ ସମୟରେ ସଂଯୁକ୍ତା ବାରୀକଙ୍କ ପୁଅ ପ୍ରଦୀପ(୧୭)ଘର ସମୁଖ ଦାଣ୍ଡରେ ବସିଥିବା ବେଳେ ସେହି ଗ୍ରାମକୁ ଆସିଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ସହିତ ଏକ କଥାକୁ ନେଇ ବଚସା ହୋଇଥିଲା । ସେହି ସମୟରେ ପ୍ରଦୀପଙ୍କ ବଡବାପା ଙ୍କ ପୁଅ ଧନଜନ ମଧ୍ୟ ଥିଲେ।ଟ୍ରାକ୍ଟର ଡ୍ରାଇଭର ଓ ପ୍ରଦୀପ ଙ୍କ ମଧ୍ୟରେ ବଚସା ହେଉଥିବା ସମୟରେ ଧନଜୟ  ପ୍ରଦୀପ ଙ୍କୁ ଗାଳିଗୁଲଜ କରିଥିଲେ ।ଏମାନଙ୍କ ପାଟି ତୁଣ୍ଡ ଶୁଣି ଚକ୍ରଧର ବାରିକ ଓ ତାଙ୍କ ଅନ୍ୟ ପୁଅ ଗୌତମ ପହଞ୍ଚି ପ୍ରଦୀପ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିଲେ।ଏହି ସମୟରେ ସଂଯୁକ୍ତା ପାଣି ନେଇ ଘରକୁ ଫେରୁଥିଲେ ।ପୁଅକୁ ବଞ୍ଚାଇବାକୁ ଯାଇ ସଂଯୁକ୍ତା ଘଟଣା ସ୍ଥଳକୁ ଦୌଡିଯାଇଥିଲେ ସେଠାରେ ତାଙ୍କୁ ବାପ ପୁଅ ମିଳିମିଶି ଆକ୍ରମଣ କରିଥିଲେ ।ସଂଯୁକ୍ତା ଙ୍କୁ ଗାଁ ଦାଣ୍ଡରେ ଚକ୍ରଧର ବାଡ଼େଇବା ସହ ତା ଉପରେ ଗୋଇଠା ବିଧା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବାର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି।ଏକ ବାଉଁଶ ଠେଙ୍ଗାରେ ଚକ୍ରଧର ସଂଯୁକ୍ତା ଙ୍କୁ ପିଟୁଥିବାର ମଧ୍ୟ ଦେଖିବାକୁ ମିଳିଛି।ଯାହାକୁ ନେଇ ମଙ୍ଗଳପୁର ଥାନାରେ ଏକ ଅଭିଯୋଗ କରାଯାଇଛି।
ତେବେ କଥାରେ ଅଛି ହିନ୍ଦୁ ଶାସ୍ତ୍ର ଓ ନୀତି  ଅନୁସାରେ ଭାଇ ବୋହୁ ଏକ ପବିତ୍ର ସମ୍ପର୍କ ।ଉଭୟ କେହି କାହାରିକୁ ଛୁଅନ୍ତି ନାହିଁ।କିନ୍ତୁ ଏଠାରେ ଦେଢଶୁର ଅମାନୁଷିଆ ପଣିଆ  ଘଟଣାକୁ କେନ୍ଦ୍ରକରି ନିଜ ଭାଇବୋହୁକୁ କିଭଳି ଅମାନୁଷିକ ଭାବେ ଗାଁ ଦାଣ୍ଡରେ ଗୋଡେଇ ପିଟୁଛି ତାହା ସମସ୍ତଙ୍କୁ ଚକିତ କରିଛି।ତେବେ ବର୍ତ୍ତମାନଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ଗାଁ ଦାଣ୍ଡରେ ଭାଇ ବୋହୂକୁ ପିଟୁ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି !
ରିପୋର୍ଟ ଅଭିମନ୍ୟୁ ମିଶ୍ର ONA!
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking