31.1 C
Bhubaneswar
Friday, May 10, 2024
Homeଅପରାଧସାଉଦି ଆରବରେ ଭାରତୀୟ ମହିଳାଙ୍କୁ ନିର୍ଯାତନା

ସାଉଦି ଆରବରେ ଭାରତୀୟ ମହିଳାଙ୍କୁ ନିର୍ଯାତନା

ନୂଆଦିଲ୍ଲୀ: ସାଉଦି ଆରବରେ ଜଣେ ଭାରତୀୟ ମହିଳାଙ୍କୁ ତାଙ୍କ ପାକିସ୍ତାନୀ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ମହିଳା ଜଣକ ୨୦୧୪ରେ ହାଇଦ୍ରାବାଦରୁ ସାଉଦି ଆରବ ଯାଇ ସେଠାରେ ଜଣେ ଯୁବକଙ୍କ ସହ ବିବାହ କରିଥିଲେ । ଉଭୟଙ୍କର ୩ ଜଣ ସନ୍ତାନ ମଧ୍ୟ ରହିଛନ୍ତି । ଏବେ ମହିଳାଙ୍କ ସ୍ୱାମୀ ଜଣେ ବାଂଲାଦେଶୀ ନାବାଳିକାକୁ ବିବାହ କରିବା ସହ ତାଙ୍କୁ ଓ ତାଙ୍କ ସନ୍ତାନମାନଙ୍କୁ ନିୟମିତ ନିର୍ଯାତନା ଦେବା ସହ ଘରେ ବନ୍ଦ ରଖିଥିବା ପରିବାର ସଦସ୍ୟଙ୍କୁ ମହିଳା ଜଣକ ଅବଗତ କରିଛନ୍ତି ।

ହାଇଦ୍ରାବାଦରେ ଥିବା ମହିଳାଙ୍କ ପରିବାର ଝିଅର ଉଦ୍ଧାର ଓ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବିଦେଶ ମନ୍ତ୍ରଣାଳୟର ସହଯୋଗ ଲୋଡିଛନ୍ତି । ସୂଚନା ଅନୁସାରେ, ହାଇଦ୍ରାବାଦର ରାଜେନ୍ଦ୍ର ନଗର ବାସିନ୍ଦା ସବେରା ବେଗମଙ୍କ ଝିଅ ସବା ବେଗମଙ୍କର ଯୌତୁକ କାରଣରୁ ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ସେ ଦ୍ୱିତୀୟ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଜଣେ ବ୍ୟକ୍ତିଙ୍କ ଜରିଆରେ ସେ ସାଉଦି ଆରବର ମକ୍କାରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ଜଣେ ବାଂଲାଦେଶୀ ଯୁବକ ଅଲିହୁସେନ୍ ଅଜିଜ୍ ଉଲ୍ ରେହମାନଙ୍କ ସହ ସମ୍ପର୍କରେ ଆସିଥିଲେ । ଏହା ପରେ ଯୁବକଜଣକ ସବାଙ୍କୁ ବିବାହ କରିବାକୁ ସାଉଦି ଆରବ ଡାକିଥିଲେ ।

୨୦୧୪ରେ ସବା ସାଉଦି ଆରବ ଯାଇ ଅଲିହୁସେନ ଅଜିଜ ଉଲ ରେହମାନଙ୍କୁ ବିବାହ କରି ରହିଥିଲେ । ଉଭୟଙ୍କର ତିନିଟି ସନ୍ତାନ ମଧ୍ୟ ରହିଛି । ତେବେ ବିବାହର କିଛି ବର୍ଷ ପରେ ରେହେମାନ ପାକିସ୍ତାନ ନାଗରିକ ବୋଲି ଜଣାପଡିଥିଲା । ଏବେ ସବା ବେଗମ ନିର୍ଯାତନାର ଶିକାର ହୋଇ ଘର ଛାଡି ଏକ ହୋଟେଲରେ ଥିବା ସୂଚନା ମିଳିଛି । ଏବେ ଅଲିହୁସେନ ଅଜିଜ୍ ଉଲ୍ ରେହମାନ ବାଂଲାଦେଶରୁ ଜଣେ ୧୭ ବର୍ଷୀୟା ନାବାଳିକାକୁ ଆଣି ବିବାହ କରିବା ସହ ସବାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ସବା ଏବେ ଆହତ ଓ ସେ ଏକ ହୋଟେଲରେ ଆତ୍ମଗୋପନ କରିଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ସବାଙ୍କ ଠାରୁ ପରିବାର ସଦସ୍ୟ ଏସମ୍ପର୍କରେ ଅଭିଯୋଗ ପାଇବା ପରେ ଭାରତ ସରକାରଙ୍କ ହସ୍ତକ୍ଷେପ ଲୋଡଛନ୍ତି । ବିଦେଶ ମନ୍ତ୍ରଣାଳୟ ଏହି ମାମଲାରେ ସାଉଦି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସବା ଓ ତାଙ୍କ ସନ୍ତାନମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ସବାଙ୍କ ମା’ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking