32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶପୁଅର ପାଗଳାମୀ ପାଇଁ ଚାଲି ଯାଇଥାନ୍ତା ବୁଢ଼ୀ ମାଆର ଜୀବନ

ପୁଅର ପାଗଳାମୀ ପାଇଁ ଚାଲି ଯାଇଥାନ୍ତା ବୁଢ଼ୀ ମାଆର ଜୀବନ

ହରିୟାଣା : ପୁଅର ପାଗଳାମୀ ପାଇଁ ଚାଲି ଯାଇଥାନ୍ତା ବୁଢ଼ୀ ମାଆର ଜୀବନ । ମାଆ ପାଗଳ କହିଲା ବୋଲି ଭୁସିଦେଲା ଛୁରୀ । ଏତିକିରେ ମନ ବୁଝିଲାନି ଯେ ଘରେ ପୁରାଇ ନିଆଁ ଲଗାଇଦେଲା । ଏଭଳି ଅଭାବନୀୟ ଘଟଣା ହରିୟାଣା ଗୁରୁଗ୍ରାମରେ ଦେଖିବାକୁ ମିଳିଛି । ପୀଡ଼ିତା ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ନିଆଁ ଲାଗିଯିବାରୁ ବୃଦ୍ଧାଙ୍କ କିଛି ଅଙ୍ଗ ଜଳିଯାଇଥିବାରୁ ସେ ଗୁରୁତର ଅଛନ୍ତି । ହରିୟାଣା ଗୁରୁଗ୍ରାମର ଜଣେ ୫୯ ବର୍ଷୀୟ ବୃଦ୍ଧା ରାନୁ ଶାହ ତାଙ୍କ ମାନସିକ ଅନଗ୍ରସର ପୁଅ ପାଇଁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି । ତାଙ୍କର ୨୭ ବର୍ଷୀୟ ପୁଅର ପିଲା ବେଳୁ ମାନସିକ ସ୍ଥିତି ଭଲ ନଥିଲା । ପ୍ରାୟତଃ ଦୁହିଁଙ୍କ ମଧ୍ୟରେ ପାଟିଟୁଣ୍‌ତ ହେଉଥିଲା ।

ପୁଅ ପୂର୍ବରୁ ମାଆକୁ ମାଡ଼ ମାରୁଥିବାର ଅଭିଯୋଗ ବି ହୋଇଛି । ସୂଚନା ମୁତାବକ ଗତକାଲି ମାଆ-ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା । ପାଟିଟୁଣ୍‌ତ ଭିତରେ ବୃଦ୍ଧା ଜଣକ ପୁଅକୁ ପାଗଳ ବୋଲି କହିଥିଲେ । ଏହା ଶୁଣିବା ପରେ ପୁଅ ରାଗିଯାଇ ମାଆକୁ ପ୍ରଥମେ ଛୁରୀ ଭୁସି ଦେଇଥିଲା । ତା’ପରେ ଘରେ ନିଆଁ ଲଗାଇ ଦେଇଥିଲା । ଘଟଣା ସମ୍ପର୍କରେ ପଡ଼ୋଶୀ ଗୁରୁଗ୍ରାମ ପୋଲିସକୁ ଜଣାଇଥିଲେ । ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ଘରର କବାଟ ଭାଙ୍ଗି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ନିଆଁ ଲାଗିଯାଇଥିବାରୁ ତାଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳି ଯାଇଥିଲା । ତାଙ୍କୁ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ପୋଲିସ ପଡ଼ୋଶୀଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking